ଉତରାଖଣ୍ଡ : କରୋନିଲ କୁ ନେଇ କଥା ଲୁଚାଉଛି ପତଞ୍ଜଳି ।ପତଞ୍ଜଳି କରୋନା ଔଷଧ ତିଆରି କରିବାକୁ ନେଇ ଗତ କିଛି ଦିନ ଚର୍ଚ୍ଚା ଜାରି ରହିଥିବାବେଳେ ଏହା ଉପରେ ଏକାଧିକ ରାଜ୍ୟ କଟକଣା ଲଗେଇଥିଲେ । ତେଣୁ ଏନେଇ ଉତରାଖଣ୍ଡ ଡ଼୍ରଗ ଡ଼ିପାର୍ଟମେଂଟ ପକ୍ଷରୁ ସ୍ପଷ୍ଟିକରଣ ଦାବି କରାଯାଇଥିଲା । ପତଞ୍ଜଳି ପକ୍ଷରୁ କୁହାଯାଇଥିଲା ଯେ ‘କରୋନା କିଟ୍ ’ ନାମରେ କୈାଣସି ଔଷଧ ପ୍ରସ୍ତୁତ କରାଯାଇ ନାହିଁ । ଆମେ କେବଳ “ ଦିବ୍ୟ ସ୍ୱଶରୀଭାତି” ,” ଦିବ୍ୟ କରୋନିଲ ଟବ୍ଲେଟ୍” , “ଦିବ୍ୟ ଅନୁ ତୈଳ” ଆଦିକୁ ନେଇ ଏକ ପ୍ୟାକେଟ ପ୍ରସ୍ତୁତ କରିଛୁ । କିନ୍ତିୁ କରୋନା ଭାଇରସର ଉପଚାର ପାଇଁ “ କରୋନିଲ କିଟ୍ ” ନାମରେ କୈାଣସି ପ୍ୟାକେଟ ଆମେ ବିକ୍ରି କରୁନାହୁଁ । ନିଜ ସ୍ପଷ୍ଟିକରଣ ରେ ପତଞ୍ଜଳି କହିଥିଲା ଯେ , ଆମେ ଏହାର ସଫଳ ପରୀକ୍ଷଣ ପାଇଁ ପ୍ରୟାସ କରିଥିଲୁ , ହେଲେ କହି ନଥିଲୁ ଯେ ଏହା କରୋନାକୁ ସଂମ୍ପୂର୍ଣ୍ଣ ଠିକ୍ କରିପାରିବ ।
ସୂଚନା ଯୋଗ୍ୟ ଯେ , ଜୁନ ୨୩ ତାରିଖ ମଙ୍ଗଳବାର ପତଞ୍ଜଳି ଆୟୁର୍ବେଦ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକ୍ରିଷ୍ଣଙ୍କ ଉପସ୍ଥିତିରେ ‘କରୋନିଲ ଟାବ୍ଲେଟ୍ ’ ଲଂଚକରିଥିଲା । ଏହା ୨୮୦ ଆକ୍ରାନ୍ତଙ୍କ ଉପରେ ପରୀକ୍ଷା କରାଯାଇଥିବା ବେଳେ ସମସ୍ତେ ଆରୋଗ୍ୟ ଲାଭ କରିଥିବା କୁହାଯାଇଥିଲା । ଏହି ପରିପ୍ରେକ୍ଷୀରେ ରାମଦେବ କହିଥିଲେ ଯେ ଏହା ଏକ ସପ୍ତାହ ମଧ୍ୟରେ ସଂମ୍ପୂର୍ଣ୍ଣ ଉପଚାର କରିପାରିବ ଏବଂ ଆଗାମୀ ସପ୍ତାହରେ ଏହା ସାରା ରାଜ୍ୟରେ ଉପଲବ୍ଧ ହେବ । କରୋନିଲ ଲଂଚ ହେବାର ଏକ ଙ୍ଘଟା ପରେ ଆୟୁସ ମନ୍ତ୍ରଣାଳୟ ପକ୍ଷରୁ ପତଞ୍ଜଳିକୁ ନୋଟିସ ଜାରି କରିଥିଲା ।