ସୀମାରେ ଭାରତ ମୁତୟନ କରିବ ପିନାକ ମିସାଇଲ

ନୂଆଦିଲ୍ଲୀ- ଏଣିକି ଶତ୍ରୁକୁ ଉଚିତ ଶିକ୍ଷା ଦେବା ପାଇଁ ଭାରତ ସୀମାରେ ମୁତୟନ କରିବ ପିନାକ ମିସାଇଲ । ଏଥିପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟର ଅସ୍ତ୍ରଶସ୍ତ୍ର ଓ ସାମାରିକ ଉପକରଣ କ୍ରିୟ କରିବା ପାଇଁ ଭାରତ ଆର୍ଥଭୁମର୍ସ ଲିମିଟେଡ, ଟାଟା ପାୱାର କଂପାନୀ ଲିମିଟେଡ, ଲାର୍ସନ ଆଣ୍ଡ ଟୁବ୍ରୋ ସଂସ୍ଥା ସହ ୨୫୮୦କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି । ଏହି ୩ କମ୍ପାନୀ ଭାରତୀୟସେନାର ଆର୍ଟିଲାରି ରେଜିମେଂଟ ନିମନ୍ତେ ୬ ଟି ପିନାକ କ୍ଷେପଣାସ୍ତ୍ର ବ୍ୟବସ୍ଥା ଯୋଗାଇବ । ଏହାକୁ ଦେଶର ଉତର ଓ ପୂର୍ବାଚଂଳ ସୀମାନ୍ତରେ ମୁତୟନ କରାଯିବ । ଏହି କ୍ଷେପାଣାସ୍ତ୍ର ପ୍ରଥମ କରି ଦେଶ ଭିତରେ ଉତ୍ପାଦିତ ହେବ ।