ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ବ୍ୟକ୍ତିଗତ ଟୁଇଟର ଆକାଉଂଟ  ହ୍ୟାକ ହୋଇଥିବା ସୂଚନା ମିଳିଛି । ହ୍ୟାକ ପରେ କୋଭିଡ-୧୯ ମୁକାବିଲା ପାଇଁ ପିଏମ ନ୍ୟାସନାଲ ରିଲିଫ ଫଣ୍ଡକୁ ଆର୍ଥିକ ସହଯୋଗ  କରିବାକୁ  ଫଲୋର୍ସଙ୍କୁ କୁହାଯାଇଥିଲା । ଟୁଇଟର ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ  ପ୍ରଧାନମନ୍ତ୍ରୀଙ୍କ  ବ୍ୟକ୍ତିଗତ ୱେବସାଇଟ  ହ୍ୟାକ କରାଯାଇଛି ।  ଜନ ୱିକ ପକ୍ଷରୁ ଏହା  ହ୍ୟାକ  କରାଯାଇଥିବା  ଜଣାପଡିଛି । ଟୁଇଟର ଏହି ଘଟଣାର ଯାଂଚ  କରୁଥିବା ସୂଚନା ଦେଇଛି । କିଛି ଦିନ ପୂର୍ବେ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି  ବାରାକ ଓବାମାଙ୍କ  ଆକାଉଂଟ  ହ୍ୟାକ ହୋଇଥିଲା ।