ଚିତ୍ରଶିଳ୍ପୀ ରାମ ଇନ୍ଦ୍ରନୀଲ କାମତଙ୍କ ପରଲୋକ

ମୁମ୍ବଇ : ଜଣାଶୁଣା ଚିତ୍ରଶିଳ୍ପୀ ରାମ ଇନ୍ଦ୍ରନୀଲ କାମତଙ୍କ ଦେହାନ୍ତ ହୋଇଛି। ମୁମ୍ବଇର ମାଟୁଙ୍ଗାସ୍ଥିତ ତାଙ୍କ ବାସଭବନରେ ଥିବା ତାଙ୍କ ବାଥଟାବରୁ ୪୧ ବର୍ଷୀୟ ରାମ ଇନ୍ଦ୍ରନୀଲ କାମତଙ୍କ ମୃତଦେହ ମିଳିଛି। ପୁଲିସ୍ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ଏହା ଆତ୍ମହତ୍ୟା ବୋଲି ପୁଲିସ୍ ସନ୍ଦେହ କରୁଛି। ରାମ ଇନ୍ଦ୍ରନୀଲ କାମତ ତାଙ୍କ ମାଙ୍କ ସହିତ ମାଟୁଙ୍ଗାରେ ରହୁଥିଲେ। ପୁଲିସ ଘଟଣାସ୍ଥଳରୁ ଏକ ଆତ୍ମହତ୍ୟା ନୋଟ୍ ପାଇଛି। ଏହି ଆତ୍ମହତ୍ୟା ନୋଟ(ସୁଇସାଇଡ)ରେ ରାମ ଇନ୍ଦ୍ରନୀଲ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରିନାହାଁନ୍ତି। ବର୍ତ୍ତମାନ ପୁଲିସ ତାଙ୍କ ପରିବାର ଏବଂ ନିକଟ ସମ୍ପର୍କୀୟଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।ରିପୋର୍ଟ ଅନୁଯାୟୀ, ବୁଧବାର ଦିନ ତିନିଟା ବେଳେ ବାଥଟାବରୁ ରାମ ଇନ୍ଦ୍ରନୀଲ କାମତଙ୍କ ମୃତଦେହ ମିଳିଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ।
ପେଶାଗତଭାବେ ରାମ ଜଣେ ଚିତ୍ରଶିଳ୍ପୀ ହେବା ସହ ଫଟୋଗ୍ରାଫର ମଧ୍ୟ ଥିଲେ। ତାଙ୍କ ଗ୍ଲାସ୍ଓ୍ବାର୍କ ପେଣ୍ଟିଂ ମୁମ୍ବାଇର ଆର୍ଟ ସର୍କିଟରେ ଖୁବ୍ ପ୍ରସିଦ୍ଧ ଥିଲା। ସେ ମାଇଥୋଲୋଜିଷ୍ଟ ମଧ୍ୟ ଥିଲେ। ସେ ନିଜକୁ ମହାଲକ୍ଷ୍ମୀଙ୍କ ସବୁଠୁ ଗେହ୍ଲା ପୁଅ କହୁଥିଲେ।

Leave A Reply

Your email address will not be published.

18 − fourteen =