କ୍ଳୋରୋକୁଇନ ଖାଇବା ନେଇ ନୂଆଗାଇଡ ଲାଇନ

ନୂଆଦିଲ୍ଲୀ- କରାନା ସଂକ୍ରମଣ ରୋକିବା ପାଇଁ ପ୍ରତିଷଧକ ଭାବେ ବ୍ୟବହାର ହେଉଥିବା ହାଇଡ୍ରୋକ୍ସି କ୍ଳୋରକୁଇନକୁ ନେଇ ନୂଆଗାଇଡ ଲାଇନ ଜାରି । କେଉଁମାନେ ଏହି ପ୍ରତିଷେଧକ ଔଷଧ ସେବନ କରିପାରିବେ ସେ ସଂପର୍କରେ ସ୍ପଷ୍ଟ କରାଯାଇଛି । ଦେଶର ଭେଷଜ ଗବେଷଣା ସଂପର୍କିତ ସର୍ବୋଚ୍ଚ ସଂସ୍ଥା- ଆଇସିଏମଆରର ସୁପାରିଶ କ୍ରମେ ନୂଆ ନିର୍ଦେଶ ନାମା ଜାରି କରିଛନ୍ତି କେନ୍ଦ୍ର ସରକାର । ଜାରି କରାଯାଇଥିବା ଗାଇଡଲାଇନ
-କରେନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା କିନ୍ତୁ କରୋନା କୌଣସି ଲକ୍ଷଣ ନଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ
-କଂଟେନମେଂଟ ଜୋନ ବା ଅବରୋଧ ଅଂଚଳରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମଚାରୀ
-ଅଣ କୋଭିଡ ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ

  • କରୋନ ସଂକ୍ରମିତ ଅଂଚଳରେ କାମ କରୁଥିବା ପୁଲିସ ଓ ଅର୍ଦ୍ଧସମାରିକ ବଳର କର୍ମଚାରୀ
    -କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସୁଥିବା କିନ୍ତୁ କରୋନା ଲକ୍ଷଣ ନଥିବା ପରିବାର ସଦସ୍ୟ ।
    ଏହି ପ୍ରତିଷେଧକ ଔଷଧ ଖାଇଲେ କରୋନା ସଂକ୍ରମଣକୁ ଏଡାଇ ହେବ ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିିଛି ସ୍ପଷ୍ଟ କରିନାହିଁ । ତଥାପି ଆଇସିଏମାର ସୁପାରିଶ କ୍ରମେ କ୍ଳୋରୋକୁଇନ ସେବନର ପରିସୀମାକୁ ବୃଦ୍ଧି କରିଛନ୍ତି କନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

Leave A Reply

Your email address will not be published.

four + fourteen =