ବିବାହ ପରଦିନ କରୋନା ଆକ୍ରାନ୍ତ ବରର ମୃତ୍ୟୁ

ପାଟଣା: ବିହାରର ଏକ ବିବାହ ଉତ୍ସବ ପ୍ରସାସନ ଓ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଦେଇଛି । ବିବାହ ପରଦିନ ବରର ମୃତ୍ୟୁ ହୋଇଥିବା ଜଣାପଡିଛି । ବିବାହରେ ଯୋଗ ଦେଇଥିବା ୩୬୯ ଲୋକଙ୍କ ମଧ୍ୟରୁ ୮୦ ଜଣଙ୍କ କରୋନା ପଜିଟିଭ୍ ଜଣାପଡିଥିବାବେଳେ ୩୧ ଜଣ ପୂର୍ବରୁ ସଂକ୍ରମିତ ଥିଲେ । ଜିଲ୍ଲା ପ୍ରସାସନ କହିଚିଯେ ଜୁନ୍ ୧୫ରେ ବିବାହ ଆୟୋଜିତ ହୋଇଥିଲା ଠିକ୍ ଏହାର ପରଦିନ ବରର ମୃତ୍ୟୁ ହୋଇଯାଇଛି । ସେ ଦିଲ୍ଲୀରୁ ଗାଡିରେ ବିହାର ଆସିଥିଲେ । ବିହାର ପହଁଚିବା ପରେ କିଛିଦିନ ଆଇସୋଲେସନରେ ରହିଥିଲେ । ବାହାଘର ପୂର୍ବରୁ ତାଙ୍କର କାରୋନା ଲକ୍ଷଣ ନଜର ଆସୁଥିଲା ବୋଲି ପରିବାର ଲୋକେ କହିଛନ୍ତି । ବାହାଘରେ ଯୋଗ ଦେଇଥିବା ସ୍ଥାନୀୟ ଅଂଚଳର ଦୋକାନୀ , ପରିବା ବ୍ୟବସାୟୀ ଏବଂ ମିଠା ଦୋକାନୀ କାରୋନା ପଜିଟିଭ୍ ଥିବା ଜଣାପଡିଛି ।

Leave A Reply

Your email address will not be published.

three × 1 =