ରାଜଧାନୀ ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ୍‌, ଗଡ଼ିବନି ମେଟ୍ରୋ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ସ୍ଥିତିକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ ପୁଣି ବଢ଼ିଲା ଲକ୍‌ଡାଉନ୍‌ । ମୁଖ୍ୟମନ୍ତ୍ରୀ ଅବବିନ୍ଦ କେଜ୍ରିଓ୍ବାଲ୍‌ ଏହାକୁ ଆଉ ସପ୍ତାହେ ଯାଏ ବଢ଼ାଇଛନ୍ତି । ଯାହାକି ମେ’17 ତାରିଖ ସକାଳ 5ଟା ଯାଏ ଦିଲ୍ଲୀରେ ଲକ୍‌ଡାଉନ୍‌ ଜାରି ରହିବ । ଏଥିସହ ମେଟ୍ରୋ ଚଳାଚଳ ଉପରେ ମଧ୍ୟ ରୋକ୍‌ ଲଗାଯାଇଛି । ଏନେଇ କେଜ୍ରିଓ୍ବାଲ୍‌ କହିଛନ୍ତି ଯେ, ଦିଲ୍ଲୀରେ ଲକଡାଉନକୁ ଆଉ ସପ୍ତାହେ ବଢ଼ା ଯାଇଛି, ଯାହା ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ରହିବ । ଏଥି ସହ ଆସନ୍ତାକାଲିଠାରୁ ମେଟ୍ରୋ ଚଳାଚଳ ମଧ୍ୟ ବନ୍ଦ ରହିବ । ସେ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ଏପ୍ରିଲ୍ ୨୬ ତାରିଖ ପରେ କରୋନା ମାମଲା କମିବା ଆରମ୍ଭ ହୋଇଛି । ଗତ ଦିନେ-ଦୁଇ ଦିନ ହେବ ପଜିଟିଭ୍ ହାର ୩୫ରୁ ୨୩ ପ୍ରତିଶତ ହୋଇଛି । ଏହା ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ଆଶ୍ୱସ୍ତିକର ଖବର। ଅନ୍ୟପକ୍ଷରେ ଜିଲ୍ଲୀର ସାଧାରଣ ଜନତା ଓ ସମସ୍ତ ସଂଗଠନଙ୍କ ପରାର୍ମଶ ପରେ ମୁଖ୍ୟମନ୍ତ୍ରୀ ଲକଡାଉନକୁ ବଢ଼ାଇଛନ୍ତି। ଏଥର ଲକଡାଉନ୍ ପୂର୍ବ ଅପେକ୍ଷା ଅଧିକ କଡ଼ାକଡ଼ି ହେବ।

Leave A Reply

Your email address will not be published.

1 × 5 =