ଟ୍ରକକୁ ଧକ୍କା ଦେଲା କାର ; ୨ ଭାଇ ମୃତ

ହିମାଚଳପ୍ରଦେଶ : ହିମାଚଳପ୍ରଦେଶର ମଣ୍ଡୀ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ରବିବାର ଖବର ମିଳିଛି। ଟ୍ରକକୁ ପଛପଟୁ ଏକ କାର ଧକ୍କା ଦେବାରୁ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନେ ପରସ୍ପର ଭାଇ ବୋଲି ଜଣାପଡିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ମଣ୍ଡୀ ଜିଲାର ଡଡୋର ଅଞ୍ଚଳରେ ରାତି ପ୍ରାୟ ୩ଟା ସମୟରେ ଟ୍ରକକୁ ପଛପଟୁ ଉକ୍ତ କାରଟି ଧକ୍କା ଦେଇଥିଲା। ଦୁର୍ଘଟରେ ପରେ କାରଥିବା ୨ ଜଚ୍ଚଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.

twenty + 5 =