ନୁଆଦିଲ୍ଲୀ: ଗତ କିଛି ଦିନ ହେବ ଅଧିକାଂଶ ଟିମ୍ର ଖେଳାଳିମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାକୁ ନଜରରେ ରଖି ବିସିସିଆଇ ଅନିରଦ୍ଧିଷ୍ଟ କାଳ ପାଇଁ ଆଇପିଏଲ୍କୁ ସ୍ଥଗିତ ରଖିଛି । ଆଇପିଏଲ୍ର ଗଭର୍ଣ୍ଣିଂ କାଉନ୍ସିଲ୍ ଓ ବିସିସିଆଇର ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା । ଆଇପିଏଲ୍ର ଏହି 14ତମ ସିଜିନର 29ଟି ମ୍ୟାଚ୍ ସଫଳତାର ସହିତ ଖେଳାଯାଇଛି । ତେବେ ଚେନ୍ନାଇ ଓ ମୁମ୍ବାଇରେ ଖେଳାଯାଇଥିବା ମ୍ୟାଚ୍ଗୁଡ଼ିକ ସୁରକ୍ଷିତ ଭାବେ ସମ୍ପନ୍ନ ହୋଇଥିଲା । କିନ୍ତୁ ସୋମବାର କୋଲ୍କାତା ନାଇଟ୍ ରାଇଡର୍ସର ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ଓ୍ବାରିୟର ଦୁହେଁ କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ଫଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ଏବଂ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍କୁ ସ୍ଥଗିତ ରଖାଯାଇଥିଲା । ଏଥିସହ ଚେନ୍ନାଇ ଦଳର 3 ଜଣ ଷ୍ଟାଫ୍ଙ୍କୁ ମଧ୍ୟ କରୋନାରେ ସଂକ୍ରମଣ ହୋଇଥିବା ସୂଚନା ରହିଛି ।