ସୁପ୍ରିମକୋର୍ଟଙ୍କ କୋଭିଡ ମାମଲାର ଶୁଣାଣି


ନୂଆଦିଲ୍ଲୀ: ଭାରତରେ କୋଭିଡ ସଙ୍କଟର ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଭୁମିକାକୁ ନେଇ ଜନସ୍ୱାର୍ଥ ମାମଲାର ଶୁଣାଣିରେ କୋର୍ଟଙ୍କୁ ସହଯୋଗ କରିବା ନିମନ୍ତେ ‘ଆମିକସ୍ କ୍ୟୁରି’ ଭାବେ ଆଡଭୋକେଟ ହରିଶ ସାଲଭେ ଏଥିରୁ ଓହରିଜିବାକୁ ନିବେଦନ କରିଛନ୍ତି । ସେ ତାଙ୍କ ଆବେଦନରେ କହିଛନ୍ତି କି କୋର୍ଟ ଶୁଣାଣି କରିବାକୁ ଯାଉଥିବା ଏହି ମାମଲା ସ୍ପର୍ଶକତାର ମାମଲାଗୁଡିକ ମଧ୍ୟରୁ ଅନ୍ୟତମ । ଦେଶ ଏବେ କରୋନା ସଂକ୍ରମଣକୁ ନେଇ ଉଦବେଗଜନକ ସ୍ଥିତିରେ ରହିଛି । ପୂର୍ବରୁ କେବେବି କୋର୍ଟ ଏଭଳି ସ୍ପର୍ଶକତାର ମାମଲା ପରିଚାଳନା କରି ନଥିବେ । ମୁଖ୍ୟ ବିଚାରପତିଙ୍କ ସହ ମୋର ସଂପର୍କ ଥିବାରୁ ମୋତେ ‘ ଆମିକସ କ୍ୟୁରି’ ଭାବେ ନିଯୁକ୍ତି ମିଳିଛି । ହେଲେ ଏଭଳି ଗୁରୁତ୍ୱହୀନ ନିଯୁକ୍ତି ଗ୍ରହଣ କରିବାକୁ ସେ ପ୍ରସ୍ତୁତ ନଥିବା କଥା କହିଛନ୍ତି । ସୂଚନାନୁସାରେ ହରିସ୍ ଙ୍କୁ ‘ ଆମିକସ୍ କ୍ୟୁରି’ ଭାବେ ନିଯୁକ୍ତି ମିଳିବା ପ୍ରସଙ୍ଗକୁ ନେଇ ବିରୋଧୀ ଦଳମାନେ ଆପତ୍ତି କରିବା ଖଣ୍ଡପୀଠଙ୍କର ସାମୁହିକ ନିଷ୍ପତି ଥିଲା । ଅନ୍ୟପଟେ ତାଙ୍କ ନିଯୁକ୍ତିକୁ ନେଇ ଅଯଥା ଅଭିଯୋଗ ଆସୁଥିବାରୁ ଏହାକୁ ଏଡାଇବାକୁ ‘ ଆମିକସ୍ କ୍ୟୁରି ‘ ପଦବୀରୁ ଓହରି ଯିବାକୁ ସାଲଭେ ଅଦାଲତଙ୍କ ଅନୁମତି ମାଗିଥିଲେ । ସେପଟେ ମୁଖ୍ୟ ବିଚାରପତି ଏସ୍ ଏ ବୋବଡେ କହିଛନ୍ତି କି ଏବେ ଆମେ ଚିହ୍ନି ନଥିବା ଜଣେ ଆଡଭୋକେଟ୍ ‘ ଆମିକସ୍ କ୍ୟୁରି’ ଭାବେ ନିଯୁକ୍ତି କରିବାକୁ ସନ୍ଧାନ ନେବୁ । ସେପଟ ଆସନ୍ତା ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.

3 × 5 =