ପର୍ଦ୍ଦାଫାସ ହେଲା ଚୀନ୍‌ ଦ୍ବାର ହୋଇଥିବା ତୃତୀୟ ବିଶ୍ବଯୁଦ୍ଧର ଷଢ଼ଯନ୍ତ୍ର

ବେଜିଂ: କରୋନାର ଉତ୍ପତି ସ୍ଥଳ ଚୀନ୍‌କୁ ନେଇ ସାରା ବଶ୍ବ ଦ୍ବନ୍ଦରେ ଥିବା ବେଳେ ତା’ର ସମସ୍ତ ଚାଲ୍‌ର ପର୍ଦ୍ଦାଫାସ୍‌ ହୋଇଛି । ମହାମାରୀ କରୋନାକୁ ଅସ୍ତ୍ରକରି ସେ ତୃ୍ତୀୟ ବିଶ୍ବଯୁଦ୍ଧର ଡେଙ୍ଗୁରା ଦେଇଥିବା କଥା ଏବେ ଲୋକଲୋଚନକୁ ଆସିଛି । ଏ ନେଇ ଚୀନ୍‌ 2015ରୁ ଷଢ଼ଯନ୍ତ୍ର ଆରମ୍ଭ କରିଆସୁଥିଲା । ଯାହାକି ଚୀନ୍‌ର ବୈଜ୍ଞାନିକ ତଥା ସ୍ବାସ୍ଥ୍ୟ ଅଧୀକାରୀଙ୍କ ଦ୍ବାରା ଲିଖିତ ଏକ ଦସ୍ତାବିଜରୁ ଏହି ବିଷୟରେ ଜଣାପଡ଼ିଛି । ଜାଣିସୁଣି ଚୀନ୍‌ ଏଭଳି ଯୋଜନା କରିଥିବା ଆମେରିକା ପକ୍ଷରୁ ଦାବୀ କରାଯାଉଛି । କରୋନା ସଂକ୍ରମଣର ମାତ୍ର 6 ରୁ 8 ମାସ ମଧ୍ୟରେ ଚୀନ୍‌ର ସ୍ଥିତିସ୍ବାଭାବିକ ହୋଇସାରିଛି । ମାତ୍ର ଭାରତ ସହିତ ବିଶ୍ବର ଅଧିକାଂଶ ଦେଶ ବର୍ତ୍ତମାନ ସୁଦ୍ଧା କରୋନା ମହାମାରୀ ସହିତ ସଂଘର୍ଷ କରି ଆସୁଛନ୍ତି । ଏହି ସଂକ୍ରମଣ ଚୀନ୍‌ରୁ ଦୂର ହୋଇ ସାରିଥିବା ବେଳେ ପୃଥିବୀର ଅନ୍ୟ ଦେଶ ମାନଙ୍କରୁ 2 ବର୍ଷ ହେଲା ବିପଦ ଟଳିବାର ନାଁ ଧରୁନି । ଏହା ଚୀନ୍‌ର ଯୋଜନାବଦ୍ଧ ଜୈବିକ ଅସ୍ତ୍ର ପ୍ରୟୋଗକୁ ସ୍ବତଃ ପ୍ରମାଣୀତ କରୁଥିବା ଆମେରିକା କହିଛି । ପୂର୍ବରୁ ବୈଜ୍ଞାନିକ ଜୈବିକ ଅସ୍ତ୍ର ମାଧ୍ୟମରେ ତୃତୀୟ ବିଶ୍ବଯୁଦ୍ଧ ଲଢ଼ାଯିବ ବୋଲି ଚୀନ୍‌ର ସୈନ୍ୟ ବାହିନୀ ଭବିଷ୍ୟବାଣୀ କରିଥିଲେ । ତେବେ 2015ରୁ ଆରମ୍ଭ କରିଥିବା ଯୋଜନାକୁ 2020 ରେ ଚୀନ୍‌ ପ୍ରୟୋଗ କରିଥିଲା । ଏନେଇ ବ୍ରିଟେନ୍‌ର ଦ ସନ୍‌, ଅଷ୍ଟ୍ରେଲିଆର ଦ ଅଷ୍ଟ୍ରେଲିଆନ୍‌ ଆଦି ଖବର କାଗଜ ଦ୍ବାରା ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି ।

Leave A Reply

Your email address will not be published.

two × four =