ହସ୍ପିଟାଲ୍‌ରେ ନାହିଁ ଅକ୍ସିଜେନ୍‌, ମା’ ଙ୍କ ମୁହଁରେ ମୁହଁ ଲଗାଇ ଅକ୍ସିଜେନ୍‌ ଦେଲେ ଝିଅ

ଲକ୍ଷ୍ନୌ: ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଏହି ଅଭାବରୁ ବହୁ ସ୍ଥାନରେ ରୋଗୀମାନେ ମୃତ୍ୟୁବରଣ କରୁଛନ୍ତି । ଏହି ପରିସ୍ଥିତିରେ  ଉତ୍ତରପ୍ରଦେଶରେ ବହରାଇଚ ଜିଲ୍ଲା ହସ୍ପିଟାଲ୍‌ରୁ ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି, ଯାହାକି ଜଣେ ରୋଗୀଣା ମା’ ଅକ୍ସିଜେନ୍‌ ଅଭାବରୁ ଛଟପଟ ହେଉଛନ୍ତି । ହେଲେ ହସ୍ପିଟାଲ୍‌ରେ ଅକ୍ସିଜେନ୍‌ ମହଜୁଦ ନଥିବାରୁ ମା‘ଙ୍କ ଯନ୍ତ୍ରଣା ସହି ନପାରି ତାଙ୍କ ଝିଅ ରୋଗୀଣା ମାଙ୍କ ପାଟିରେ ପାଟି ଲଗାଇ ଅକ୍ସିଜେନ୍‌ ଦେଉଛନ୍ତି । ଏମିତି ଏକ କୋହଭରା ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଜେତେବେଳେ ଆପଣାର ଲୋକ କେହି ଅକ୍ସିଜେନ୍‌ ଅଭାବରୁ ଯନ୍ତ୍ରଣା ପାଉଥା‘ନ୍ତି । ସେତେବେଳେ ମୁଣ୍ଡରେ ବୁଦ୍ଧିବାଟ କିଛି ଦେଖାଯାଏ ନାହିଁ, ନିଜ ଜୀବନକୁ ବାଜି ଲଗାଇ ତାଙ୍କ କଷ୍ଟ ଲାଘବ କରିବାକୁ ପ୍ରୟାସ କରିବାକୁ ପଡ଼ିଥାଏ ।

Leave A Reply

Your email address will not be published.

12 − 7 =