ଉତ୍ତରାଖଣ୍ଡ ବରଫ ସ୍ଖଳନରେ ୮ମୃତ

ଡେରାଡୁନ୍‌: ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲା ଅନ୍ତର୍ଗତ ସୁମ୍‌ନା ଅଞ୍ଚଳରେ ବରଫ ସ୍ଖଳନ ଯୋଗୁ ୮ଜଣଙ୍କର ମୃତ୍ୟୁ ଘଟିଛି । ବରଫରେ ଫସି ରହିଥିବା ପ୍ରାୟ ୩୮୪ ଜଣଙ୍କୁ ଭାରତୀୟ ସେନା ପକ୍ଷରୁ ଉଦ୍ଧାର କରାଯାଇ ସେନା ଶିବିରରେ ରଖାଯାଇଛି । ଏମାନେ ସମସ୍ତେ ବର୍ଡର ରୋଡ୍‌ସ ଅର୍ଗାନାଇଜେସନ କ୍ୟାମ୍ପରେ କାର୍ଯ୍ୟ କରୁଥିଲେ । ଗତକାଲି ଅପରାହ୍ନ ପ୍ରାୟ ୪ଟା ସୁମ୍‌ନାଠାରୁ ୪ କିଷଳାମିଟର ଦୂର ସୁମ୍‌୍‌ନା- ରିମ୍‌ଖିମ ରାସ୍ତା ଅଞ୍ଚଳରେ ଏହି ବାରଫ ସ୍ଖଳନ ଘଟିଥିଲା । ଖରାପ ପାଗ ଯୋଗୁ ଗତ ସନ୍ଧ୍ୟାରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଶନିବାର ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଉ କେହି ବରଫ ଭିତରେ ଫସି ରହିଛନ୍ତି କି ନାହିଁ ତାହାର ଅନୁସନ୍ଧାନ କରାଯାଉଛି । ସୂଚନା ମୁତାବକ , ଗତ ୫ଦିନ ହେବ ଏହି ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ତୁଷାରପାତ ହେଉଥିଲା । ଏହା ଯୋଗୁ ବରଫ ସ୍ଖଳନ ଘଟିଥିବା କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ୮ଟି ମୃତଦେହ ଉଦ୍ଧାର କରାଯାଇଛି । ୪/୫ ଟି ସ୍ଥାନରେ ବରଫ ସ୍ଖଳନ ଯୋଗୁ ରାସ୍ତାରେ ଗମନାଗମନ ପାଧାପ୍ରାପ୍ତ ହୋଇଛି । ଜୋଶୀମଠ ବିଆରଓ ଟିମ୍ କ୍ଷରୁ ଭାପାକୁଣ୍ଡ ସୁମ୍‌ନା ରାସ୍ତା ସଫା କାର୍ଯ୍ୟ କରାଯା

Leave A Reply

Your email address will not be published.

4 + 20 =