ନୂଆଦିଲ୍ଲୀ- ଅନଲକ ୨ ପାଇଁ ଜାମ୍ମୁକାଶ୍ମୀରେ ନୂଆ ଗାଇଡଲାଇନ ଜାରି କରିଛନ୍ତି ସରକାର । ଶୁକ୍ରବାର ଠାରୁ ଏହି ନୂଆ ନିୟମ ପାଳନ କରାଯାଉଛି । ସକାଳ ୫ରୁ ରାତି ୧୦ ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି । ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ସପିଂଙ୍ଗ ମଲ ଖୋଲା ହେବା ସହ କଟେଂନମେଂଟ ଓ ହଟସ୍ପଟ ଘୋଷଣା କରାଯାଇଥିବା ଅଂଚଳରେ ମଧ୍ୟ ଖୋଲା ରହିବ । ରେଡ ଜୋନ ଘୋଷଣା କରାଯାଇଥିବା ଅଂଚଳ ମାନଙ୍କରେ ୫୦ ପ୍ରତିଶତ ଦୋକାନ ଖୋଲା ରହିବ । କିନ୍ତୁ ଗୋଟିଏ ଦିନ ବ୍ୟବଧାନ ଅନୁସାରେ ସଂପିଙ୍ଗମଲ ଓ ଦୋକାନ ସବୁ ସକାଳ ୯ରୁ ସଂନ୍ଧ୍ୟା ୭ ଭିତରେ ଖୋଲା ରହିବ । ସରକାରଙ୍କ ନିଦେ୍ର୍ଧଶାନାମା ଅନୁଯାୟୀ ଜିଲ୍ଲାପାଳ ଚାହିଁଲେ ୧୪୪ ଧାରା ଜାରି କରିପାରିବେ । ସେହିପରି ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ହୋଟେଲ, ରେଷ୍ଟୁରାଂଟ ଖୋଲା ରହିବ । ହୋମ ଡେଲିଭିରି ମଧ୍ୟ ହୋଇପାରିବ । ଜାମ୍ମୁକାଶ୍ମରୀରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଗତ ୨୪ ଘଂଟାରେ ନୂଆ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୮,୦୦୦ ଛୁଇଁଛି ।