ସେନାରେ ନିୟୋଜିତ ସମସ୍ତ ମହିଳା ଅଫିସରଙ୍କୁ ପରମାନେଂଟ କମିସନ୍

ନୂଆଦିଲ୍ଲୀ- ଭାରତୀୟ ସେନାବାହିନୀରେ ନିୟୋଜିତ ସମସ୍ତ ମହିଳା ଅଫିସରଙ୍କୁ ଅବସର ଗ୍ରହଣ ବୟସ ପର୍ଯ୍ୟନ୍ତ ଚାକିରିରେ ରଖିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଉ ମାସେ ସମୟ ଦେଇଛନ୍ତି । ସେନାବାହିନୀରେ ମହିଳା ଅଫିସରଙ୍କୁ ତିନି ମାସ ମଧ୍ୟରେ ପରମାନେଂଟ କମିସନ ଦେବା ପାଇଁ ସବୋର୍ଚ୍ଚ ଅଦାଲତ ଗତ ଫେବ୍ରୁଆରି ମାସ ୧୭ ତାରିଖରେ ଶୁଣାଇଥିବା ରାୟରେ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ । ୨୦ ବର୍ଷିୟା ଚାକିରିରେ ୧୪ ବର୍ଷ ଅତିବାହିତ କରିଥିବା ବା ନ କରିଥିବା ସମସ୍ତ ସର୍ଟି ସର୍ଭିସ କମିସନ ମହିଳା ଅଧିକାରୀଙ୍କୁ ପରମାନେଂଟ କମିସନ୍ସ ବୋଲି ବିଚାର କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ । କରୋନା ମହାମାରୀ ପାଇଁ ଏହି ବ୍ୟବସ୍ଥା ପ୍ରବର୍ତନ କରାଇବାକୁ କେନ୍ଦ୍ର ସରକାର ପୂର୍ବରୁ ଛଅ ମାସ ସମୟ ମାଗିଥିଲେ ।

Leave A Reply

Your email address will not be published.

11 − 4 =