କରୋନା ଭୁତାଣୁ ସଂକ୍ରମଣ ବିସ୍ତାରକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍କଟ ଘୋଷଣା ନ କରିବାକୁ ଚାପ ପକାଇଥିଲା ଚୀନ୍

ନୂଆଦିଲ୍ଲୀ: କରୋନାଭାଇରସ୍ ବିସ୍ତାରକୁ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଭାବେ ଘୋଷଣା ନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଉପରେ ଚୀନ୍ ଚାପ ପକାଇବାକୁ ଉଦ୍ୟମ କରିଥିଲା ବୋଲି ଆମେରିକାର ଗୁଇନ୍ଦା ସଂଗଠନ ‘ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍‌ସ୍ ଏଜେନ୍ସି’ କହିଛି। ‘ନିଉଜ୍‌ଉଇକ୍’ରେ ସିଆଇଏ ଏ ଭଳି ଦାବି କରିଥିବା ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟରେ ସିଆଇଏ କହିଛି ଯେ, ‌କରୋନାଭାଇରସ୍‌କୁ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କଲେ ସହଯୋଗ ବନ୍ଦ କରିବ ବୋଲି ଚୀନ୍ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଧମକ ଦେଇଥିଲା।ସ୍ପେନ୍ ଓ ଇଟାଲି ଭଳି ଦେଶରେ ବହୁସଂଖ୍ୟରେ କରୋନାଭାଇରସ୍ ସଂକ୍ରମିତ ବ୍ୟକ୍ତି ବାହାରିବା ପରେ ଜାନୁଆରି ମାସରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଚୀନ୍ ଏ ଭଳି ଧମକ ଦେଇଥିଲା। ସେତେବେଳକୁ ଚୀନ୍‌ରେ ୮୦ ହଜାରରୁ ଅଧିକ ଜନତା ସଂକ୍ରମିତ ହୋଇସାରିଥିଲେ। କିନ୍ତୁ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ନିଜ ଧାରାରେ କାମ କରିଛନ୍ତି

Leave A Reply

Your email address will not be published.

seventeen + seventeen =