ଅସୁରକ୍ଷିତ ଖାଦ୍ୟ ପ୍ରକ୍ରିୟା ପାଇଁ ବଢୁଛି ବିଶ୍ୱବ୍ୟାପୀ ସଂକ୍ରମଣ
ନୂଆଦିଲ୍ଲୀ : ମହାମାରୀ କରୋନା ଭୂତାଣୁ କେଉଁଠୁ ଉତ୍ପତି ହୋଇଛି ତାହା ଏଯାବତ୍ ପ୍ରଶ୍ନବାଚୀ ହୋଇ ରହିଛି । ବର୍ତମାନ ପରିସ୍ଥିତି ଏପରି ମୋଡ଼ରେ ଗତି କରୁଛି ଯେଉଁଥିରେ ମଣିଷ ପଶୁକ୍ଷୀଙ୍କ ଠାରୁ ଭୂତାଣୁ ସଂକ୍ରମିତ ହେଉଛି । ବେଆଇନ ବାଣିଜ୍ୟ ଏବଂ ବନ୍ୟ ଜନ୍ତୁଙ୍କୁ ଖାଦ୍ୟ ଭାବେ ଗ୍ରହଣ କରିବା ଆଉ ଏକ ମହାମାରୀ ପାଇଁ ପଥ ଉନ୍ମୋଚନ କରିବ । ପଶୁପକ୍ଷୀଙ୍କ ଠାରୁ ମଣିଷକୁ ବ୍ୟାପୁଥିବା ରୋଗକୁ ଜୁନୋଟିକ ରୋଗ କୁହାଯାଏ । ଏନେଇ ୱାର୍ଲ୍ଡ ୱାଇଲ୍ଡ ଲାଇଫ ଫଣ୍ଡ୍ ର ଏକ ରିପୋର୍ଟରେ କୁହାଯାଇଛି , ପ୍ରକୃତି ଏବଂ ମଣିଷ ମଧ୍ୟରେ ଥିବା ସଂମ୍ପର୍କ ଭାରସାମ୍ୟ ନଷ୍ଟ ହେବା ଯୋଗୁଁ ଜୁନୋଟିକ ସଂକ୍ରମଣ ବୃଦ୍ଧିପାଉଛି । ଗତ ୩୦ ବର୍ଷ ମଧ୍ୟରେ ପ୍ରାୟ ୭୦ ପ୍ରତିଶତ ସଂକ୍ରାମକ ରୋଗ ଜୀବଜନ୍ତୁଙ୍କ ଠାରୁ ବ୍ୟାପିଛି । ତେବେ ପ୍ରତି ବର୍ଷ ୩-୪ଟି ସଂକ୍ରମିତ ରୋଗ ପଶୁ ମାନଙ୍କ ଠାରୁ ବ୍ୟାପୁଥିବା ଜଣା ଯାଇଛି । ରିପୋର୍ଟ ଅନୁଯାୟୀ କରୋନା ପାଇଁ ଅଧିକାଂଶ ଜୀବିକା ହରାଇ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ ହେଉଛନ୍ତି । ଲକଡ଼ାଉନ ସମୟରେ ଶୀକାର ମାମଲା ବଢିଥିବା ବେଳେ ୪୪ ପ୍ରତିଶତ ଜୀବଜନ୍ତୁଙ୍କୁ ମାଂସ ପାଇଁ ଶୀକାର କରାଯାଉଛି ।