ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ


ନୂଆଦିଲ୍ଲୀ- ଅଯୋଧ୍ୟାରେ ମସଜିଦ୍ ନିର୍ମାଣ ପାଇଁ ଗୁରୁବାର ସୁନ୍ନି ୱାକଫ ବୋର୍ଡ ପକ୍ଷରୁ ଟ୍ରଷ୍ଟ ଗଠନ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ସରକାର ଅଯୋଧ୍ୟାରେ ସୁନ୍ନି ୱକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଦେଇଥିଲେ । ମସଜିଦ ନିର୍ମାଣ କେମିତି ହେବ ଓ ଏହାର ଢାଚାଂ କେମିତି ହେବ ସେଥିପାଇଁ ବୋର୍ଡ ପକ୍ଷରୁ ଏକ ଟ୍ରଷ୍ଟ ଗଠନ କରାଯାଇଛି । ଏହି ଟ୍ରଷ୍ଟର ନାଁ ଇଣ୍ଡୋ- ଇସଲାମିକ କଲକରାଲ ଫାଉଣ୍ଡେସନ ରହିଛି । ଏଥିରେ ୧୫ ଜଣ ସଦସ୍ୟ ରହିଛନ୍ତି । ଉତର ପ୍ରଦେଶ ସୁନ୍ନି ସେଂଟ୍ରାଲ ୱାକଫ ବୋର୍ଡ ଟ୍ରଷ୍ଟର ଫାଉଣ୍ଡର ଟ୍ରଷ୍ଟ ଭାବେ କାର୍ଯ୍ୟ କରିବ । ବାବ୍ରୀ ମସଜିସ ପରି ଏହି ସମାନ ଢାଂଚାରେ ଏହି ମସଜିଦ ନିର୍ମାଣ କରାଯିବ । ଏଠାରେ ଲୋକଙ୍କୁ ମେଡିକାଲ ଓ ସ୍ୱାସ୍ଥ୍ୟଗତ ସୁବିଧା ଯୋଗଇ ଦିଆଯିବ । କମୁୃନିଟି କିଚିନ, ଇଣ୍ଡୋ- ଇସଲାମିକ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଗବେଷଣା କେନ୍ଦ୍ର, ସଂଗ୍ରାହଳୟ, ଲାଇବ୍ରେରୀ ଓ ପବ୍ଳିଶିଂ ହାଉସ ତିଆରି ହେବ । ଏହି ସମସ୍ତ କାମ କରୋନା ସଂକ୍ରମଣ ଶେଷ ହେବାପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

Leave A Reply

Your email address will not be published.

four + thirteen =