ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଚୋରୀ

ପାଟଣା-କେନ୍ଦୁଝର ଜିଲ୍ଲା ପାଟଣା ବଜାରରେ ଥିବା ପ୍ରମିଳା ଜୁଏଲାରୀ ଗହଣା ଦୋକାନରୁ ଶୁକ୍ରବାର ରାତି ୯ ଘଟିକା ସମୟରେ ଚୋରୀ ହୋଇଛି। ସୂଚନା ଅନୁଯାୟୀ ପ୍ରତିଦିନ ପରି ଗତକାଲି ଶୁକ୍ରବାର ଦିନ ରାତି ୯ଟା ସମୟରେ ଖାଇବା ପାଇଁ ତାଙ୍କ ଘରକୁ ଯାଇଥିବା ସମୟରେ ଏହି ସୁଯୋଗରେ କିଛି ଦୁର୍ବୁତ୍ତ ଦୋକାନ ଘରର ପଛ ପଟ ଆଜବେଷ୍ଟସ୍ ଭାଙ୍ଗି ଦୋକାନ ଭିତରକୁ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ନେଇ ଚମ୍ପଟ ମାରିଛନ୍ତି। ଏନେଇ ଗହଣା ଦୋକାନର ମାଲିକ ଅଜୟ କୁମାର ପରିଡା ପାଟଣା ଥାନାରେ ଏକ ଲିଖିତ ଭାବରେ ଜଣାଇଛନ୍ତି। କିଛିଦିନ ହେବ ପାଟଣା ଅଞ୍ଚଳରେ କେତେବେଳେ ଘରୁ ବ୍ୟାଙ୍କ ସାମନାରୁ ନହେଲେ ଦୋକାନରୁ ବାରମ୍ବାର ଚୋରୀ ହେଉଥିଲେ ମଧ୍ୟ ପୋଲିସର ହାତ ଖାଲି ପଡିଛି। ପାଟଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.

three + 13 =