ପିପିଲି ନିକଟରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର: ଏସଟିଏଫ୍ ପକ୍ଷରୁ ପିପିଲି- ନିମାପଡ଼ା ଓଭରବ୍ରିଜ ଉପରୁ ଏକ କେଜି ୪୮ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି କୁହାଯାଉଛି । ଏହି ମାମଲାରେ ଇମତାଜ ଖାନ୍ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।
ଗତ ଏକ ବର୍ଷ ଭିତରେ ୩୫ କେଜି ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍ । ଠିକ୍ ସେହିପରି ୬୭ କ୍ୱିଣ୍ଟାଲ୍ ୫୨ କେଜି ଗଂଜେଇ ଜବତ ହେଇଥିବା ବେଳେ, ଶହେରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରଯାଇସାରିଛି ।

Leave A Reply

Your email address will not be published.

1 × two =