ପ୍ରେମିକାକୁ ତଂଟି ଚିପି ହତ୍ୟା

ତେନ୍ତୁଳିଖୁଂଟି: ୫ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲେ । ବିବାହ କରିବାକୁ ବି ନିଷ୍ପତି ନେଇଥିଲେ । କିନ୍ତୁ ଗୁରୁବାର ନିଛାଟିଆ ପ୍ରେମିକାକୁ ଡାକି ନେଇ ତଂଟି ଚିପି ହତ୍ୟା ପ୍ରେମିକ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ ଅନ୍ତର୍ଗତ ଅଂଚଳଗୁମ୍ମା ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ଅଂଚଳଗୁମ୍ମା ଗାଁର ଧରଣୀ ଗଣ୍ଡ ୨୪ ସେହି ଗାଁର ଭୀଷ୍ମ ହରିଜନ ୨୭କୁ ୫ ବର୍ଷ ହେଲା ପ୍ରେମ କରୁଥିଲେ । ଧରଣୀ ଯୁକ୍ତି ୩ ଶେଷ ବର୍ଷର ଛାତ୍ରୀ ହୋଇଥିବା ବେଳେ ପରିବାରର ଆର୍ଥିକ ସ୍ଥିତି ଭଳ ନଥିବାରୁ କୁଲି କାମ କରିବାକୁ ଯାଉଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ସଂର୍ପକ ରହିଥିଲେ ବି ବିବାହରେ ବିଳମ୍ବ ହେଉଥିଲା । ଗତକାଲି ଧରଣୀ କାମ ସାରି ଘରକୁ ଆସିବା ପରେ ପ୍ରେମିକ ଭୀଷ୍ମ ତାଙ୍କୁ ଫୋନ କରି ଡାକିଥିଲେ । ଏ ନେଇ କାହାକୁ କିଛି ନ କହି ଧରଣୀ ପ୍ରେମିକ ସହ ଚାଲି ଯାଇଥିଲେ । ସନ୍ଧ୍ୟାରେ ମା’ ସୂର୍ଯ୍ୟ ଗଣ୍ଡ ଘରକୁ ଫେରିବା ପରେ ଝିଅକୁ ଖୋଜାଖୋଜି କରିଥିଲେ । ରାତିରେ ଅଚେତ ଅବସ୍ଥାରେ ସ୍ଥାନୀୟ ଏକ ବିଦ୍ୟାଳୟ ବାରଣ୍ଡାରେ ଯୁବତୀଙ୍କୁ ଠାବ କରାଯାଇଥିଲା । ସଂଗେ ସଂଗେ ଡେନ୍ତୁଳିଖୁଂଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । କିନ୍ତୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ ।

Leave A Reply

Your email address will not be published.

3 × four =