ବାପାକୁ ପିଟି ପିଟି ହତ୍ୟା କଲା ପୁଅ

ଭୁବନେଶ୍ୱର : ବାପା ଡାକ ଟି କେଡେ ସୁନ୍ଦର ଓ ନିଜର ଲାଗେ । କଥାରେ ଅଛି ବାପ ଥିଲା ପୁଅ କାଳେ ସଭାରେ ହାରେ ନାହିଁ । କିନ୍ତୁ ସମୟ ବଦଳଛି ଆଜି କାଲିକା ପାଠ ପଢୁଆ ଛୁଆ ଭାବନ୍ତି ଆମେ ସବୁ ଦୁନିଆ ବିସୟରେ ଅବଗତ ଅଛୁ । ଏଭଳି ଭି ଅଛନ୍ତି ବାପାକୁ ଜୀବନରୁ ମାରି ଦେବାକୁ ମଧ୍ୟ ପଛାଉ ନାହାଁନ୍ତି । ଏପରି ଏକ ଘଟଣା ଘଟଣା ଘଟିଛି ଖୋଦ୍ ରାଜଧାନୀରରେ । ପାରିବରିକ ବିବାଦରୁ ନିଜ ବାପାକୁ ପିଟିପିଟି ହତ୍ୟା କଲା ଡାକ୍ତର ପୁଅ । ଖଣ୍ଡଗିରି ଥାନା ଜଗମୋହନ ନଗରରେ ଘଟିଛ, ଏଭଳି ଚାଞ୍ଚଲ୍ୟକର ଘଟଣା । ସୂଚନା ଅନୁଯାଇ ହତ୍ୟାକରୀ ଜଣକ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲର ଡାକର ହୋଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.

fourteen − five =