ଲୁଟିନେଲେ ୩ ଲକ୍ଷ ଟଙ୍କାର ଜିନିଷ

ବାଲିକୁଦା ୨୪.୬ ; ବାଲିକୁଦା ଥାନା ଅଧୀନରେ ଦିନକୁ ଦିନ ଚୋରୀ ବଢି ଚାଲିଛି । ଅତୀତରେ ଗୋଟିଏ ଦିନରେ ୬ ଜାଗାରୁ ଚୋରୀ ସମେତ ଗତ ଦୁଇ ସପ୍ତାହ ମଧ୍ୟରେ ୧୫ରୁ ବେଶୀ ଚୋରୀ ଘଟଣା ସାମ୍ବନାକୁ ଆସିଥିବା ବେଳେ ପୁଲିସକୁ ସଭଳି ସଫଳତା ମିଳି ପାରିୁ ନାହିାଁ ଯାହାକୁ ନେଇ ସାରା ଅଂଇଚଳରେ ଅସନ୍ତୋଷ ଦେକା ଦେଇଥିବା ବେଳେ ପୁଲିସ ଉପରୁ ଲୋକଙ୍କ ଭସରା ତୁଟିବାରେ ଲାଗିଛି । ଏପରି ସ୍ଥଲେ ଗତକାଲି ରାତିରେ ମଧ୍ୟ ଭୋଦା ଅଇଚଳରୁ ଚୋରୀ ହୋଇଛି । ଯାହା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ପୁଲିସର ନିସ୍କ୍ରୀୟତା ପାଇଁ ଚୋର ମାନେ ପ୍ରତ୍ୟେକ ରାତିରେ ଚୋରୀ ହେଉଥିବା ସାଧାରଣରେ ଆଲୋଚନା ହେଉଛି । ଅନେକ ଘଟଣାରେ ପୁଲିସ ମଧ୍ୟ ଏତଲା ଗ୍ରହଣ କରିଥିଲେ ସୁଦ୍ଧା ମାମଲା ରୁଜୁ କରୁ ନଥିବା ଅଭିଯୋଗ ହେଉଛି । ଏପରି ସ୍ଥଳେ କେବଳ କାଳିଓ ପଂଚାୟତ ଭୋଦା ଗାଁରୁ ଲଗାତାର ଭାବେ ୫ ଥର ଚୋରୀ ହୋଇ ସାରିଲାଣି । ପୁଲିସରେ ଅଭିଯୋଗ କରି ଲୋକେ ନୟାନ୍ତ ହୋଇ ସାରିଲେଣି । ମାତ୍ର ପୁଣି ଗତକାଲି ରାତିରେ ଭୋଦା ଛକରେ ଥିବା ଯୁଧିଷ୍ଠୀର ବିଶ୍ୱାଳଙ୍କ ଟେଣ୍ଟ ହାଉସ ଘରୁ ଚୋରୀ ହୋଇଛି । ଶ୍ରୀ ବିଶ୍ୱାଳ ସ୍ଥାନୀୟ ନବ କିଶୋର ବାରିକଙ୍କ ଭୋଦା ଛକରେ ଥିବା ଘରକୁ ଭଡାରେ ନେଇ ନିଜର ଶିବ ପାର୍ବତୀ ଟରଣ୍ଟ ହାଉସ ନାମରେ ଥିବା ତାଙ୍କ ସଂସ୍ଥାର ଜିନିଷ ପତ୍ର ରଖି ଆସୁଥିଲେ । ଗତକାଲି ରାତିରେ ସେହି ଟେଣ୍ଟ ହାଉସ ଘରର ତାଲା ଭାଙ୍ଗି ଦୂର୍ବୁତ୍ତ ମାନେ ଭିତରେ ପସି ୫ ଟି ମାଇକ ମେସିନ, ୧୦ ଟା ଏଲିଇଡି ଲାଇଟ, ଏଲିଇଡି ବଲ ୯୦ ଟି, ୧୦ ଟି ମାଇକ୍ରୋଫୋନ ୨୦ ଟି ମାଇକ୍ରୋ ୟୁନିଟ୍, ଅନେକ ସାଜ ସଜ୍ଜା ଉପକରଣ ଯାହାର ଆମୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ । ଯାହା ଚୋର ମାନେ କରି ଦେଖାଇବା ସହିତ ପୁଲିସକୁ ପୁଣି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଏହି ଚୋର ଦଳ । ସେହିପରି ଗତକାଲି ରାତିରେ ବାହାରଣା ପଂଚାୟତର ଜନତା କୋଠି ଛକ ଠାରେ ଥିବା ଦେଉଳି ଗ୍ରାମର ରଞ୍ଜନ ରାଉଳଙ୍କ ଗ୍ରୀଲ ସଟର ଦୋକାନରେ ପସି ଚୋର ମାନେ ଗ୍ରାହକଙ୍କ ପାଇଁ ତିଆରି ହୋଇ ରଖା ଯାଇଥିବା ଏକ ଷ୍ଟିଲ ଗ୍ରୀଲକୁ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ମାସକ ମଧ୍ୟରେ ୩୦ ରୁ ବେଶୀ ଚୋରୀ ହୋଇ ଥିଲେ ମଧ୍ୟ ବାଲିକୁଦା ପୁଲିସ ସେପରି ଆଖିଦୃଷ୍ଟିଆ ପଦକ୍ଷପ ନେଇ ନ ଥିବା ଜଣା ପଡିଛି । ଏ ସମ୍ପର୍କରେ ଏସଡିପିଓ ପ୍ରିୟରଞ୍ଜନ ଶତପଥିଙ୍କୁ ପଚାରିବାରୁ ସେ ସବୁ ଘଟଣା ଜାଣିଛନ୍ତି ବୋଲି କହିବା ସହିତ ଥାନା ଆଇଆଇସିଙ୍କ ସହ କଥା ହୋଇଛନ୍ତି ଓ ଗାଁରେ କମିଟି ଗଠନ କରାଯାଇ ଲୋକ ମାନଙ୍କୁ ସଚେତନ କରାଯିବା ସହିତ ଚୋର ଧରିବାରେ ପୁଲିସକୁ ସାହାଯ୍ୟ କରିବାକୁ ପଦକ୍ଷପ ନେବାକୁ ପରାମର୍ଶ ଦେଇଛନ୍ତି ବୋଲି କହିଥିଲେ ।

Leave A Reply

Your email address will not be published.

18 − 16 =