ସହାୟିକାକୁ ରାଜଧାନୀରେ ହତ୍ୟା କରି ଫିଙ୍ଗିଲେ ଗଞ୍ଜାମରେ

ଭଞ୍ଜନଗର: ବାଲେଶ୍ୱର ଯୁବତୀଙ୍କୁ ରାଜଧାନୀରେ ହତ୍ୟା କରାଯାଇଥିଲା । ଆଉ ତା’ପରେ ପ୍ରମାଣ ଲୁଚାଇବାକୁ ଯାଇ ଓଲା କାର ରେ ମୃତଦେହକୁ ନେଇ ଗଞ୍ଜାମ ଜିଲ୍ଲା ଭୂଷଣ୍ଡପାଳରେ ଫିଙ୍ଗି ଦିଆଯାଇଥିଲା ।ଆଜି ଏହି ହତ୍ୟା ମାମଲାର ପର୍ଦ୍ଧାଫାର୍ସ ହୋଇଛି । ଗଞ୍ଜାମ ପୁଲିସ ହତ୍ୟା ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରିବା ସହିତ ଓଲା କାର୍ ଜବତ କରିଛି । ଡିସେମ୍ବର ୨ତାରିଖରେ ଭୂଷଣ୍ଡପାଳରୁ ଜଣେ ଯୁବତୀଙ୍କ ମୃତଦେହ ଜଗନ୍ନାଥ ପ୍ରସାଦ ଥାନା ପୁଲିସ ଜବତ କରିଥିଲା ।ହେଲେ ତାଙ୍କ ପରିଚୟ ମିଳିପାରୁନଥିଲା । ତେବେ ମୃତଦେହ ପାଖରୁ ମିଳିଥିବା ଫୋନ୍ ନମ୍ବରକୁ ନେଇ ପୁଲିସ ଛାନ୍ଭିନ୍ ଆରମ୍ଭ କରିଥିଲା । ମାତ୍ର ସେଥିରୁ କୌଣସି ସୁରାଗ ପାଇନଥିଲେ । ପରେ ପୁଲିସ ମୃତ ଯୁବତୀର ଫଟୋକ୍ୁ ବିଭିନ୍ନ ଥାନା ଓ ହ୍ୱାଟ୍ସଆପ୍ ଗ୍ରୁପରେ ସେୟାର କରିଥିଲେ । ଫଟୋ ଦେଖି ଜଣେ ବ୍ୟକ୍ତି ଯୁବତୀଙ୍କୁ ଚିହ୍ନିଥିଲେ । ମୃତ ଯୁବତୀଙ୍କ ଘର ବାଲେଶ୍ୱର ଜିଲ୍ଲାର ବୋଲି ପୁଲିସ ଜାଣିବାକୁ ପାଇଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନ ଆଧାରରେ ପୁଲିସ ଭୁବନେଶ୍ୱରରେ ରହୁଥିବା ଦମ୍ପତି କୁ ଅଟକ ରଖି ଜେରା କରିଥିଲେ । ପରେ ପୂରା ଘଟଣା ଉପରୁ ପର୍ଦ୍ଧା ହଟିଥିଲା । ଘଟଣାଟି ଥିଲା ଏମିତି । ବାଲେଶ୍ୱର ଜିଲ୍ଲା ଅଂଚଳର ଜଣେ ଯୁବତୀ ଭୁବନେଶ୍ୱରରେ ଜଣଙ୍କ ଘରେ ସହାୟିକା ଭାବେ କାମ କରୁଥିଲେ । ସେଠାରେ ରହଣୀ ସମୟରେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା । କାମରେ ଖିଲାପ କରିବାରୁ ଯୁବତୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଦମ୍ପତି । ଫଳରେ ଯୁବତୀଙ୍କ ମୃତୁ୍ୟ ଘଟିଥିଲା । ଏହା ପରେ ଦମ୍ପତିଙ୍କ ଅକଲ ଗୁଡୁମ ହୋଇଯାଇଥିଲା । ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଉଦ୍ୟମରେ । ଏକ ଓଲା କାର ବୁକ୍ କରି ସେଥିରେ ଯୁବତୀଙ୍କ ମୃତଦେହକୁ ନେଇ ଭୂଷଣ୍ଡପାଳ ନିକଟରେ ଫିଙ୍ଗି ଦେଇଥିଲେ । ପୁଲିସ ଘଟଣାରେ ଦମ୍ପତିକୁ ଗିରଫ କରିଥିବା ବେଳେ ମୃତଦେହ ନେବାରେ ବ୍ୟବହୃତ ଓଲା କାରକୁ ପୁଲିସ ଜବତ କରିଛି । ଏହି ମାଲାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି , ତାହା ଉପରେ ତଦନ୍ତ ଚାଲିଛି । ଅନ୍ୟ କାାହାର ସମ୍ପକ୍ତି ଥିଲେ ସେମାନଙ୍କୁ ତଦନ୍ତ ପରିସରଭୂକ୍ତ କରାଯିବ ବୋଲି ଗଞ୍ଜାମ ଏସପି କହିଛନ୍ତି ।

Leave A Reply

Your email address will not be published.

3 + 12 =