ଭୁବନେଶ୍ୱର,୨ ।୦୬(ନି.ପ୍ର.): ରାଜଧାନୀ ଭୁବନେଶ୍ୱରରୁ ୧ କୋଟି ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି । ଏହି ଘଟଣାରେ ୨ ଜଣ ଗିରଫ ହୋଇଥିବା ବେଳେ ଗୋଟିଏ ବାଇକ ଜବତ କରାଯାଇଛି ।
କ୍ରାଇମବ୍ରାଂଚର ଏସ୍ଟିଏଫ୍ ଏହି ଦୁଇ ଜଣଙ୍କୁ ଗିରଫ କରିଛି । ଖଣ୍ଡଗିରି ଥାନା ଅଂଚଳରୁ ଏମାନଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇଜଣ ହେଲେ ଅଜୟ ମହାପାତ୍ର ଓ ବିଭୂତି ଭୂଷଣ ଜେନା । ସେମାନେ ଖୋର୍ଦ୍ଧା ଅଂଚଳର ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଛି ବୋଲି ଏସ୍ଟିଏଫ୍ର ଡିଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି । ତାକୁ ଗିରଫ କରିବା ଲାଗି ଏସ୍ଟିଏଫ୍ର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ସେ କହିଛନ୍ତି ।