ଅନୁଗୁଳ: ଯେଉଁ ମା’ ୯ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ସେହି ମା’ ଶେଷରେ ନିଜ ପୁଅର ଜୀବନ ନେଲା । ଯାହାକୁ ଦୁନିଆକୁ ଆଣିଥିଲା, ପାଳିପୋଷି ବଡ଼ କରିଥିଲା , ଶେଷରେ ତାକୁ ଖୁଂଟିରେ ବାନ୍ଧି ଜାଳିଦେଲା । ନିଶାଖୋର ୁଅ ନିର୍ଯ୍ୟାତନାରେ ଅତିଷ୍ଠ ମା’ ଏପରି ଚରମ ପଦକ୍ଷେପ ନେଇଥିବା ଜଣାପଡିଛି । କେବଳ ମା’ ନୁହେଁ ଏପରି ଜଘନ୍ୟ କାଣ୍ଡରେ ମୃତକଙ୍କ ବଡ ଭାଇ, ଭଉଣୀ ମଧ୍ୟ ସାମିଲ ଅଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡା କେନ୍ଦୁସାହି ଗାଁରେ । ମୃତ ରାଜକିଶୋର ପ୍ରଧାନ ଙ୍କ ମା’ ବଡ ଭାଇ ଓ ଭଉଣୀଙ୍କୁ ପୁଲିସ ଗିରଫ କରିଛି । ସୂଚନାନୁଯାୟୀ, ରାଜକିଶୋର ପ୍ରତିଦିନ ନିଶା ପିଇ ଆସି ଘରେ କଳହ ତଥା ମାରପିଟ କରୁଥିଲେ । ଗତକାଲି ସନ୍ଧ୍ୟାବେଳେ ନିଶା ସେବନ କରି ଘରେ ପହଂଚିଥିଲେ । ଏହାପରେ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହ ଭଉଣୀଙ୍କୁ ମାରପିଟ କରିବାକୁ ଉଦ୍ୟମ ହୋଇଥିଲା । ଏଥିରେ ଅତିÂ ହୋଇ ରାଜକିଶୋରଙ୍କ ମା’, ବଡଭାଇ ଓ ଭଉଣୀ ତାଙ୍କୂୁ ଏକ ଖୁଂଟିରେ ବାନ୍ଧି ଦେଇଥିଲେ । ଏହାପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଖବର ପାଇ ପୁଲିସ ପହଂଚି ଅର୍ଦ୍ଧଦଗ୍ଧ ରାଜକିଶୋର ଆଠମଲ୍ଲିକ ଉପଖଣ୍ଡ ଚିକିସôାଳୟକୁ ପଠାଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ସେଠାରେ ତାଙ୍କ ଶବ ସକôାର ହୋଇଥିଲେ । ପୁଲିସ ଗତକାଲି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିବା ବେଳେ ଆଜି ମା’ ଭାଇ, ଭଉଣୀଙ୍କୁ ଗିରଫ
କରିଛି । ଘରେ ଆଉ କେହି ନଥିବାରୁ ରାଜକିଶୋରଙ୍କ ମୃତଦେହ ଆଠମଲ୍ଲିକ ଶବବ୍ୟବଚ୍ଛେଦ ଗୃହରେ ଥିବା ଜଣାଯାଇଛି । କେହି ନିକଟ ସମ୍ପର୍କୀୟ ପହଂଚିଲେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି । ରାଜକିଶୋରଙ୍କ ନିଶାଖୋର ପ୍ରବୃତି କିଛି ମାସ ପୂର୍ବେ ତାଙ୍କ ସ୍ତ୍ରୀ ଛାଡି ଚାଲିଯାଇଥିବା ଜଣାପଡିଛି ।