ଭଞ୍ଜନଗର: ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରି ସ୍ୱାମୀ ଫେରାର ହୋଇଯାଇଥିବାର ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଅଢେଇ ଗ୍ରାମର ଅନ୍ତର୍ଯ୍ୟାମୀ ଗୈାଡଙ୍କ ସ୍ତ୍ରୀ ରଶ୍ମିତା । ରଶ୍ମିତାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରଥିବାର ରଶ୍ମିତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସର ସୂଚନା ଅନୁସାରେ ଅନ୍ତର୍ଯ୍ୟାମୀ ୧୬ ବର୍ଷ ତଳେ ରଶ୍ମିତାଙ୍କୁ ବିବାହ କରିଥିଲେ । ତାଙ୍କର ୨ଟି ପୁଅ ଏବଂ ଗୋଟିଏ ୬ ବର୍ଷର ଝିଅ ରହିଛି । ରାତିରେ ରଶ୍ମିତା ସ୍ୱାମୀ , ଝିଅ ସହ ଶୋଇଥିବା ସମୟରେ ଅଧ ରାତିରେ ରଶ୍ମିତାଙ୍କ ଚିତ୍କାର ଶୁଭିଥିଲା । ପରିବାର ଲୋକେ ଚିତ୍କାର ଶୁଣି ଉଠିଯାଇଥିଲେ ଏବଂ ଦେଖିଥିଲେ ଯେ ଛୋଟ ଝିଅଟି ମାଆକୁ ଧରି କାନ୍ଦୁଥିବା ବେଳେ ଅନ୍ତର୍ଯ୍ୟାମୀ ଫେରାର ହୋଇଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରଶ୍ମିତାଙ୍କୁ ଶାଶୂ ପଡୋଶୀଙ୍କ ସହଯୋଗରେ ଭଞ୍ଜନଗର ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରଶ୍ମିତାଙ୍କ ମୃତ୍ୟୁ ହୋଇଛି ।