ନବୀନ ନିବାସ ଆଗରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ; ପରୀକ୍ଷା ବାତିଲ ଦାବି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି । ଏହାକୁ ନଜରରେ ରଖି ରାଜ୍ୟ ସରକର ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ତେବେ ଆଜି ସଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ବାତିଲ କରିବାକୁ ଦାବି କରି ନବୀନ ନିବାସ ଆଗରେ ପ୍ରତିବାଦ

ଗଡିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରକୁଣା ରଥ

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଆଜି ଆରମ୍ଭ ହୋଇଛି । ସମସ୍ତ କୋଭିଡ କଟକଣା ଭିତରେ ରଥଦାଣ୍ଡରୁ ଗଡିଛି ରୁକୁଣା ରଥ । ରଥ ଲିଙ୍ଗରାଜ ମନ୍ଦିରରୁ ଆସି ମାଉସୀ ମା’ ମନ୍ଦିରରେ ପହଂଚିବ । କରୋନା ମହାମାରୀ ପାଇଁ ରଥ ଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ

ରାଜଧାନୀରେ ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ମନା

ଭୁବନେଶ୍ୱର: ରାଜଧାନୀରେ ପୁଣି ଭକ୍ତଙ୍କ ପାଇଁ ଧର୍ମାନୁଷ୍ଠାନ ମନା । ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଗତବର୍ଷ ଭଳି ମନ୍ଦିର , ଚର୍ଚ୍ଚ, ମସ୍‌ଜିଦ୍‌ମାନଙ୍କରେ କେବଳ ଦୈନିକ ନୀତିକାନ୍ତି ପାଳନ ହେବ ।

୨୦୦୬ ମୁମ୍ବଇ ଟ୍ରେନ ବିସ୍ଫୋରଣ ଘଟଣା: ମୃତ୍ୟୁଦଣ୍ଡରେ ଦଣ୍ଡିତ କମଲ ଆନ୍‍ସାରୀଙ୍କର କୋଭିଡରେ ମୃତ୍ୟୁ ଘଟିଛି

ନାଗପୁର: ମୁମ୍ବଇରେ ୨୦୦୬ ଜୁଲାଇ ୧୧ରେ ଘଟିଥିବା ସିରିଏଲ ବୋମା ବିସ୍ଫୋରଣ ଘଟଣାରେ ଦୋଷୀସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡରେ ଦଣ୍ଡିତ କମଲ ଆନ୍‍ସାରୀଙ୍କର କୋଭିଡ ସଂକ୍ରମଣରେ ମୃତ୍ୟୁ ଘଟିଛି। ମୁମ୍ବଇର ମାଟୁଙ୍ଗା ଷ୍ଟେସନରେ ଏକ ଟ୍ରେନରେ ବୋମା ଖଞ୍ଜିବା ଘଟଣାରେ ତାଙ୍କୁ ୨୦୧୫ରେ ଦୋଷୀ ସାବ୍ୟସ୍ତ

ଟ୍ରେନ ଭିତରୁ ସୁରଟ ଫେରନ୍ତାଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନରୁ ମଙ୍ଗଳବାର ଭୋର ସମୟରେ ଅହମ୍ମଦବାଦ-ପୁରୀ ଟ୍ରେନରୁ ଜଣେ ସୁରଟ ଫେରନ୍ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବ୍ୟକ୍ତି ଜଣକ ପରିବାରର ଅନ୍ୟ ୩ ସଦସ୍ୟଙ୍କ ସହ ନିଜ

ବିଧାୟକଙ୍କ ଘରେ ଫସିଲା ଢ଼ମଣା

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ବଦ୍ରୀ ନାରାୟଣ ପାତ୍ରଙ୍କ ରାଜଭବନ ନିକଟସ୍ଥ ସରକାରୀ ବାସଭବନରେ ଥିବା ଆଉଟ ହାଉସର ଲୁହା ପାଇପ ଖୁଣ୍ଟ ଭିତରେ ଏକ ୪ ଫୁଟ ଲମ୍ବର ଢ଼ମଣା ସାପ ଫସି ଯାଇଥିଲା। କିନ୍ତୁ ଯେତେ ଚେଷ୍ଟା କଲେ ବି ସାପଟି ଆଉ ବାହାରକୁ ବାହାରି ପାରୁନଥିଲା।

ଆଇସିଏସଇ ଦଶମ ପରୀକ୍ଷା ବାତିଲ, ଦ୍ବାଦଶ ସ୍ଥଗିତ

ନୂଆଦିଲ୍ଲୀ: କାଉନସିଲ୍‌ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ (ସିଆଇଏସସିଇ) ଦ୍ବାରା ପରିଚାଳିତ ଆଇସିଏସଇ (ଇଣ୍ଡିଆନ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜେୁକେଶନ) ଦଶମ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଏହାସହିତ ଦ୍ବାଦଶ ପରୀକ୍ଷାକୁ  ପୂର୍ବ ଭଳି ସ୍ଥଗିତ ରଖାଯାଇଛି।

ରାଜ୍ୟରେ ବଜ୍ରପାତ ସହ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ଵର: ରାଜ୍ୟର ଉତ୍ତର, ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ପ୍ରାୟ ୧୬ଟି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି। ଏସବୁ ଅଞ୍ଚଳରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜ୍ୟର ୧୬ଜିଲାକୁ ୟେଲୋ ୱାର୍ଣ୍ଣିଂ

କରୋନାର ସଂକ୍ରମଣ ପୁଣିଥରେ ସଙ୍କଟ ସୃଷ୍ଟି କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କରୋନାର ସଂକ୍ରମଣ ପୁଣିଥରେ ଆମ ଆଗରେ ସଙ୍କଟ ହୋଇ ଉଭା ହୋଇଛି । ସାମାନ୍ୟ ଅସାବଧାନତା ପୂରା ସମାଜ ପାଇଁ ବିପଦ ସାଜି ପାରେ । ତେଣୁ ନିୟମତି ମାସ୍କ ନପିନ୍ଧିଲେ, ଏହା ପୂରା ସମାଜ ପାଇଁ ବିପଦ ସାଜି ପାରେ । ତେଣୁ ନିୟମିତ ମାସ୍କ

ରେଳମାଧ୍ୟମରେ ପହଞ୍ଚିବ ଅକ୍ସିଜେନ୍ ସିଲିଣ୍ଡର

ଭୁବନେଶ୍ୱର: କରୋନା ସଂକଟ ବେଳେ ଅକ୍ସିଜେନ୍ର ଅଭାବକୁ ତୁରନ୍ତ ପୂରଣ କରିବା ଓ ସବୁ ମେଡିକାଲକୁ ସହଜରେ ଅକ୍ସିଜେନ୍ ଯୋଗାଇ ଦେବା ନେଇ କେନ୍ଦ୍ର ରେଳବାଇ ବିଭାଗ ପକ୍ଷରୁ ଏକ ପ୍ରୟାସ ଆରମ୍ଭ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଭାରତୀୟ ରେଳବାଇ ରେଳ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ଅକ୍ସିଜେନ୍