ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସ ବୈଧତା ଅବଧି

ଭୁବନେଶ୍ବର: ଗାଡ଼ିଚାଳକଙ୍କ ପାଇଁ ବଡ଼ ଖବର। ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସ ବୈଧତା ଅବଧି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ଲାଗି ରାଜ୍ୟ ସରକାର ଏହି ଅବଧିକୁ ଆସନ୍ତା ଜୁନ ୩୦ ଯାଏଁ ବୄଦ୍ଧି କରିଛନ୍ତି। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ବିଜ୍ଞପ୍ତି

ରାଜ୍ୟରେ ଆଉ ୧୨୦ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ଦିନକରେ ଆଉ ୧୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୭୧, ସ୍ଥାନୀୟ ୪୯। ମୋଟ ପଜିଟିଭ ୩,୩୮,୭୧୯କୁ ବୃଦ୍ଧି ପାଇଛି।୩,୩୫,୯୯୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୫୪ ସକ୍ରିୟ ଆକ୍ରାନ୍ତ

ଦାମନଯୋଡିରେ ପୁଲିସ-ବିସ୍ଥାପିତ ମୁହାମୁହିଁ

କୋରାପୁଟ : କୋରାପୁଟ ଜିଲା ଦାମନଯୋଡିରେ ପୁଲିସ-ବିସ୍ଥାପିତ ମୁହାମୁହିଁ ହୋଇଥିବା ନେଇ ଶନିବାର ଖବର ମିଳିଛି। ଉଭୟଙ୍କ ମଧ୍ୟରେ ପଥର ଫିଙ୍ଗାପିଙ୍ଗି ସହ ପ୍ରାୟ ୫୪ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ପୁଲିସ ଗିରଫ କରିଛି। ଏହି କାରଣରୁ ଅଁଳାବାଡିରୁ ନାଲକୋ ମାଇନ୍ସ ଯାଏଁ ୧୪୪ ଧାରା ଜାରି

ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶନିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ୨୧ ତାରିଖ ଦିନ ସକାଳେ ରାଉରକେଲା ଯାଇ ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ଶ୍ରୀ କୋବିନ୍ଦ ଯୋଗଦେବେ। ପରେ ସେଠାରେ

କୋଭିଡ୍‌ ନିୟମ ନ ମାନିଲେ ଆଜୀବନ ବିମାନ ଯାତ୍ରା ଉପରେ ଲାଗିପାରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ଲହରି ଆରମ୍ଭ ହେଲାଣି। ଯାହାଫଳରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥିତିରେ ବିମାନ ଯାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ କେତେକ ନିୟମ ଧାର୍ଯ୍ୟ କରାଯାଇଛି। ବିମାନ ଯାତ୍ରା ସମୟରେ ଏହି ନିୟମ ନ ମାନିଲେ

ଡମ୍ପିଂୟାର୍ଡରେ ନିଆଁ ଭୟ

ଚନ୍ଦକା : ଦାରୁଠେଙ୍ଗର ଭୁଆଶୁଣୀ ଡମ୍ପିଂୟାର୍ଡ ଅଗ୍ନିକାଣ୍ଡ ଭୟ ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ଓ ରୌଦ୍ରତାପ କାରଣରୁ ଡମ୍ପିଂୟାର୍ଡରେ ଗଦା ହୋଇଥିବା ବର୍ଜ୍ୟବସ୍ତୁରେ କେତେବେଳେ ଯେ ଅଗ୍ନିକାଣ୍ଡ ନ ଘଟିବ, ତାହା କଳନା କରିବା ମୁସ୍କିଲ। ଏହା ଭିତରେ

ମହିଳାଙ୍କ ପୋଷାକକୁ ନେଇ ରାଜନୀତି

ନୂଆଦିଲ୍ଲୀ: ମହିଳାଙ୍କ ପୋଷାକକୁ ନେଇ ଦେଶବ୍ୟାପୀ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗ ଏବେ ପଶ୍ଚିମବଙ୍ଗରେ ଦେଖାଯାଇଛି। ଏଠାରେ ଶାସକ ତୃଣମୂଳ କଂଗ୍ରେସର ବିଧାୟକ ମହିଳାମାନଙ୍କ ପୋଷାକ ଉପରେ ଅରୁଚିକର ମନ୍ତବ୍ୟ ଦେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ

ଲକ୍ଷ୍ନୌ-ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ଗାଜିୟାବାଦ : ଲକ୍ଷ୍ନୌ-ଶତାବ୍ଦୀ ଏକ୍ସପ୍ରେସର ଲଗେଜ ତଥା ଜେନେରେଟର ବଗିରେ ଆଜି ସକାଳ ୬ଟା ୪୧ରେ ଅଗ୍ନିକାଣ୍ଡ ହୋଇଛି। ଖବର ଜଣାପଡିବା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହେବା ରେଲୱେ ପ୍ରଶାସନ , ଅଧିକାରୀ ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ଏଥିରେ

ନିଜ ଜନ୍ମ ମାଟିକୁ ଫେରିଯିବ ‘ସୁନ୍ଦରୀ’‌

ଅନୁଗୋଳ/ବନ୍ତଳା : ସାତକୋଶିଆରୁ ସରିଯିବ ବାଘୁଣୀ ‘ସୁନ୍ଦରୀ’ର ଅଧ୍ୟାୟ। ବହୁ କଳ୍ପନାର ଅନ୍ତ ଘଟାଇ ନିଜ ଜନ୍ମ ମାଟିକୁ ଫେରିଯିବ ସୁନ୍ଦରୀ। କାହ୍ନା ଜାତୀୟ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଯାଇଛି ବାଘୁଣୀର ବାହୁଡା ପ୍ରକ୍ରିୟା। ବାଘୁଣୀକୁ

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ; ୫ ମୃତ

ମୁମ୍ବଇ : ମହାରାଷ୍ଟ୍ରର ରତ୍ନଗିରିସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ସକାଳ ୮ଟା ୩୦ରେ ବିସ୍ଫୋରଣ ଘଟିଥିବା ନେଇ ଖବର ମିଳିଛି। ବିସ୍ଫୋରଣ କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି। ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଛି। ଉଦ୍ଧାର କାର୍ଯ୍ୟ