ଦିଲ୍ଲୀରେ ଜୁଲାଇ ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ନୂଆଦିଲ୍ଲୀ- ରାଜଧାନୀରେ କରୋନା ସ୍ଥିତି ବେଳକୁ ବେଳ ଗମ୍ଭୀର ହେବାରେ ଲାଗିଛି । ତେଣୁ ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ନିର୍ଦେଶ ଦେଇଛନ୍ତି । କରୋନା ଲକଡାଉନ ପାଇଁ ଅନଲାଇନ କ୍ଲାସ ଜାରି ରହିବ । ସମସ୍ତ ସରକାରୀ,

ଆଜି ହେରା ପଂଚମୀ

ପୁରୀ- ଆଜି ଚତୁର୍ଦ୍ଧାମୂର୍ତିଙ୍କ ହେରା ପଂଚମୀ । ଆଡପ ମଣ୍ଡମପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ମହାଲକ୍ଷ୍ମୀ । ସନ୍ଧ୍ୟା ଆଳତି ପରେ ବିମାନ ପଟୁଆରରେ ଲକ୍ଷ୍ମୀମା ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ।

ରାଜ୍ୟରେ ପୁଣି ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୭୦ କରୋନା ପଜିଟିଭ । ଏମାନଙ୍କ ମଧ୍ୟରୁ ୧୪୩ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୭ ସ୍ଥାନୀୟ ଅଂଚଳର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୫୮, ନବରଙ୍ଗପୁର ଓ

ପୁରୀରେ ସରୋଲଜିକାଲ ସର୍ଭେ

ପୁରୀ- ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସରୋଲଜିକାଲ ସର୍ଭେ କରିବା ପାଇଁ ନିଷ୍ପତି ହୋଇଛିି । ପ୍ରଥମ ପର୍ଯ୍ୟାୟରେ ସର୍ଭେ ପ୍ରକ୍ରିୟା ପୁରୀରୁ ଆରମ୍ଭ ହୋଇଛି । କରୋନା ଗୋଷ୍ଠୀ ସଂକ୍ରମଣ ଆଶଙ୍କା ନେଇ ଏହି ସର୍ଭେ ପ୍ରକ୍ରିୟା ଜାରି ରହିବ । ପର୍ଯ୍ୟାୟ କ୍ରମେ ଗଞ୍ଜାମ,

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ- ତେଳ ଦର ଆକାଶ ଛୁଆଁ । ଗତ ୨୧ ଦିନ ଧରି କ୍ରମାଗତ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି । ଆଜି ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢିଥିବା ବେଳେ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୮୦ଟଙ୍କା ୩୮ ପଇସା ଓ ଡିଜେଲ ଦର ୮୦ ଟଙ୍କା ୪୦ ପଇସା ରହିଛି ।

ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ

ଭୁବନେଶ୍ୱର- ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲାର ୬୮ ବର୍ଷୀୟ ବୃଦ୍ଧଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେ ପୂର୍ବରୁ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିଲେ ।

ଜୁଲାଇ ୧୫ ଯାଏ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ବିମାନ ସେବା ଜୁଲାଇ ୧୫ ଯାଏ ସ୍ଥଗିତ ରହିବ ବୋଲି ବେସାମାରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ପ୍ରତ୍ୟହ କରୋନା ସଂକ୍ରମଣର ଅହେତୁକ ବୃଦ୍ଧିକୁ ଆଖି ଆଗରେ ରଖି ଏପରି ନିଷ୍ପତି ନିଆଯାଇଥିବା ଜଣାଯାଇଛି । ନିର୍ଦ୍ଧିଷ୍ଟ ସର୍ତ ସହିତ କିଛି ରୁଟ୍

ଜୁଲାଇ ୧୫ସୁଦ୍ଧା ସିବିଏସଇ ପରୀକ୍ଷା ଫଳ

ନୂଆଦିଲ୍ଳୀ: ଆସନ୍ତର ଜୁଲାଇ ୧୫ ତାରିଖ ସୁଦ୍ଧା ସିବିଏସଇ, ଆଇସିଏସ୍ଇ, ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । ଆଜି ସିବିଏସଇ ପରୀକ୍ଷା କଟ୍ରୋଂଲର ସଂଯମ ଭରଦ୍ୱାଯ ଘୋଷଣା କରିଛନ୍ତି । ଭରଦ୍ୱାଦ ଆହୁରି ମଧ୍ୟ କହିଛନ୍ତି ଯେ, ନମ୍ବର ବଢାଇବା ନିମନ୍ତେ ସିବିଏସଇର ଦ୍ୱାଦଶ ଶ୍ରେଣୀର

ମୌସୁମୀ ଦୁର୍ବଳ : ବଦଳୁଛି ପାଣିପାଗ

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ନିର୍ଦ୍ଧାରିତ ସମୟରେ ପ୍ରେବେଶ କରିଥିଲା ବେଳେ ଏବେ ଦୃବଳ ହୋଇଯାଇଛି । ପରିଣତି ସ୍ୱରୁପ ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ଗୋଟିଏ ସପ୍ତାହ ବର୍ଷା ପରେ ହଠାତ୍ ମୌସୁମୀ ଦୁର୍ବଳ