ନିରାଶ କଲେ ଦୂତି

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ମହିଳା ଶହେ ମିଟର ଦୌଡ଼ରେ ଦୂତି ଚାନ୍ଦ ରାଜ୍ୟବାସୀଙ୍କୁ ନିରାଶ କରିଛନ୍ତି । ପ୍ରଥମ ରାଉଣ୍ଡରୁ ହିଁ ସେ ବିଦାୟ ନେଇଛନ୍ତି ।
୫ମ ହିଟ୍‌ରେ ଥିବା ଦୂତି ସପ୍ତମ ସ୍ଥାନରେ ରହିଥିଲେ । ମୋଟ୍ ଉପରେ ସେ ୪୫ତମ ସ୍ଥାନରେ ରହିଥିଲେ । ଏପରିକି ସେ ନିଜର ରେକର୍ଡରେ ମଧ୍ୟ ଉନ୍ନତି ଆଣିପାରି ନଥିଲେ । ହିଟ୍ ୫ରେ ଧାଇଁବା ବେଳେ ଦୂତୀ ୧୧.୫୪ ସେକେଣ୍ଡ୍‌ରେ ସୀମା ସ୍ପର୍ଶ କରିବାରୁ ୭ମ ସ୍ଥାନରେ ସ୍ଥାନୀତ ହୋଇଥିଲେ । ଫଳତଃ, ସେ ସେମି-ଫାଇନାଲ୍‌ରେ ସଫଳ ହେବାରୁ ବଞ୍ଚିତା ହୋଇଛନ୍ତି ।
ଶହେ ମିଟର ଦୌଡ଼ରେ ଦୂତି ଭଲ କରି ନଥିଲେ ମଧ୍ୟ ତାଙ୍କ ପାଖରେ ଆଉ ଏକ ସୁଯୋଗ ଅଛି । ଅଗଷ୍ଟ ୨ ତାରିଖରେ ସେ ୨୦୦ ମିଟର ଦୌଡ଼ ପାଇଁ ଟ୍ରାକ୍‌କୁ ଓହ୍ଲାଇବେ ।
ଦେଶର ଏକମାତ୍ର ଆଥ୍‌ଲେଟ୍ ଭାବେ ଦୂତି ଟୋକିଓ ଅଲିମ୍ପିକ୍ସରେ ଦୁଇଟି ଇଭେଣ୍ଟ (ଶହେ ଓ ୨ଶହ ମିଟର ଦୌଡ଼)ରେ ଭାଗ ନେଇଛନ୍ତି ।
ଦୂତିଙ୍କର ଏହା ହେଉଛି ଦ୍ୱିତୀୟ ଅଲିମ୍ପିକ୍ସ । ସେ ୨୦୧୬ରେ ରିଓ ଅଲିମ୍ପିକ୍ସରେ ମଧ୍ୟ ଭାଗ ନେଇଥିଲେ । ଟୋକିଓ ଅଲିମ୍ପିକ୍ସ ପାଇଁ ଦୂତିଙ୍କୁ ସିଧାସଳଖ ଟିକେଟ୍ ମିଳି ନଥିଲା । ସେ ୱାର୍ଲ୍ଡ ରାଙ୍କିଙ୍ଗ ଅନୁସାରେ ଟୋକିଓକୁ ଟିକେଟ୍ ପାଇଥିଲେ ।

Leave A Reply

Your email address will not be published.

four × two =