ଉନ୍ନତ ମାନର ପ୍ରଣାଳୀରେ ଗଞ୍ଜେଇ ଚାଷ କରି ମାଲେ ମାଲ ହେଉଥିବା ଅନ୍ତ ରାଜ୍ୟ ମାଫିଆ ଗିରଫ

କାଲିମେଳା : ଉନ୍ନତ ମାନର ପ୍ରଣାଳୀରେ ଗଞ୍ଜେଇ ଚାଷ କରି ମାଲେ ମାଲ ହେଇଥିବ ଆନ୍ତରାଜ୍ୟ ମାଫିଆ ହେଲା  ଗିରଫ l ମାଲକାନଗିରି ଜିଲ୍ଲା ରେ ବିଭିନ୍ନ ଚାଷୀ ମାନେ ପାରମ୍ପରିକ ଭାବରେ ଚାଷ କରି ପରିବାର ପ୍ରତି ପୋଷଣ କରୁଥିଲା ବେଳେ, କିନ୍ତୁ କିଛି ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ମାନେ ଓଡିଶାର ବ୍ୟବସାୟୀମାନଙ୍କ ସହ ମିଶି ସୀମାବର୍ତ୍ତୀ ଘାଟି ଅଞ୍ଚଳରେ ଉନ୍ନତ ମାନର ପ୍ରଣାଳୀରେ ଗଞ୍ଜେଇ ଚାଷ କରି ମାଲେମାଲ ହେଉଥିବା ଜଣେ ମାଫିଆକୁ କାଲିମେଳା ପୋଲିସ ଧରିବାରେ ସଫଳ ହୋଇଛି l ମାଫିଆ ଜଣଙ୍କ ହେଉଛି ଆନ୍ତଃରାଜ୍ୟ କର୍ଣ୍ଣାଟକ ରାଜ୍ୟର ମହିଶୂରର କୁମେପୁର ନଗର ଲୋହିତ ଆଥଗୁର ସଦାଶିବ (୪୧) ଏସ.ଡି.ପିଓ ଙ୍କ ସୂଚନା ଅନୁଯାଇ କାଲିମେଳା ପୋଲିସ ଗତ ୨୮/୦୧/୨୪ ରିଖରେ ବିଶେଷ ସୂତ୍ର ରୁ ଖବର ପାଇ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ସ୍ୱାଭିମାନ ଅଞ୍ଚଳ  କୁର୍ମାନୁର ପଞ୍ଚାୟତ ଘାଟି ଅଞ୍ଚଳ ଗୁରାଲୁର ଗ୍ରାମରେ ଚାରି ଏକର ଜମିରେ ମୋଟ ୭୨୦୦ ଗଞ୍ଜେଇ ଗଛ ଉନ୍ନତ  ପ୍ରଣାଳୀରେ ଯେମିତି ପାନ ଚାଷ କରାଯାଏ ସେହି ଭାବରେ  ଚାଷ କରିଥିଲେ, କାଲିମେଳା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡିଙ୍କ ନେତୃତ୍ୱ ରେ ଏକ ସତନ୍ତ୍ର ଟିମ ଗଠନ କରି ଘଟଣା ସ୍ଥଳେ ପହଞ୍ଚି ସମସ୍ତ ଗଛ ନଷ୍ଟ କରିଥିଲେ l ପୋଲିସ ଏହାକୁ ନେଇ କେସ ନମ୍ବର ୪୨/୨୪ ମାମଲା ରୁଜୁ କରି ତଦନ୍ତ କରିଥିଲା, ଚାଷ କରୁଥିବା ମାଫିଆଙ୍କ ସୁରାଗ ପୋଲିସ ହାତରେ ଲାଗିଥିଲା। ବ୍ଲକ ସଦର ଏମ.ଭି ୯୦ ଗ୍ରାମର ଅସିତ ମଣ୍ଡଳ ନାମକ ବ୍ୟକ୍ତି ଏବଂ ଆନ୍ତରାଜ୍ୟ ମାଫିଆଙ୍କ ସହାୟତା ରେ ଦୀର୍ଘ ଚାରି ବର୍ଷ ଧରି ସେହି କ୍ରମରେ ଉନ୍ନତ ପ୍ରଣାଳୀ ରେ ଚାଷ କରି ଆସୁଥିଲେ l କିନ୍ତୁ ଅସିତ ମଣ୍ଡଳ ପୂର୍ବରୁ ଗଞ୍ଜେଇ କେସ ରେ ଜେଲରେ ରହିଥିବା ବେଳେ ଚାଷ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସହ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ମାଫିଆ ଜଣଙ୍କ  ଧରିବା ପାଇଁ ଜିଲ୍ଲା ଏସ.ପି ଙ୍କ ନିର୍ଦ୍ଦେଶ କ୍ରମେ ଏକ ସତନ୍ତ୍ର ଦଳ ଗଠନ କରାଯାଇ ଉକ୍ତ ମାଫିଆକୁ କର୍ଣ୍ଣାଟକ ରାଜ୍ୟ ମହିଶୂର ଅଞ୍ଚଳରୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା  l ଏହାକୁ ନେଇ ଜିଲ୍ଲା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଚିନ ପଟେଲ ପ୍ରେସମିଟ କରି ସୂଚନା ଦେଇଥିଲେ l ଅଭିଯୁକ୍ତ ଜଣଙ୍କ ଆଇ.ଟି ବିଭାଗୀୟ  କମ୍ପାନୀରେ କାର୍ଯ୍ୟ କରୁଥିବା ଥାନା ଅଧିକାରୀ ଶ୍ରୀ ତାଣ୍ଡି କହିଛନ୍ତି l

Leave A Reply

Your email address will not be published.

five × 1 =