ପୁରୁଷ ହକି ଟିମ୍ ଜିତିଲା ବ୍ରୋଞ୍ଜ

ଟୋକିଓ : ଦିର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ୍ ଆଜି ଇତିହାସ ସୃଷ୍ଟି କରିଛି । ଜର୍ମାନ୍‌କୁ ୫-୪ ଗୋଲ୍‌ରେ ପରାସ୍ତ କରି ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ୧୯୮୦ ମସିହାରେ ଶେଷ ଥର ପାଇଁ ଭାରତୀୟ ପୁରୁଷ ହକି ଟିମ୍ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲା ।
ଭାରତ ପକ୍ଷରୁ ଆଜି ସିମରନଜୀତ୍ ସିଂହ (୧୭ଶ, ୩୪ତମ ମିନିଟ୍‌ରେ) ଦୁଇଟି ଗୋଲ କରିଥିବା ବେଳେ ହାର୍ଦ୍ଦିକ ସିଂହ (୨୭ତମ ମିନିଟ୍‌), ହରମନପ୍ରୀତ୍ ସିଂହ (୨୯ତମ ମିନିଟ୍‌) ଓ ରୁପିନ୍ଦର ପଲ୍ (୩୧ତମ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଖେଳ ଶେଷ ହେବା ପୂର୍ବରୁ ଅନ୍ତିମ ୬.୮ ସେକେଣ୍ଡରେ ଜର୍ମାନ୍ ୨ଟି ପେଣ୍ଡାଲ୍‌ଟି କର୍ଣ୍ଣରର ସୁଯୋଗ ପାଇଥିଲେ ମଧ୍ୟ ଗୋଲ୍ କିପର ଶ୍ରୀ ଜୋସ୍ ତାହା ଅକାମି କରିଥିଲେ ।
ଅନ୍ୟପକ୍ଷରେ ଖେଳ ଆରମ୍ଭ ହେବାର ଦ୍ୱିତୀୟ ମିନିଟ୍‌ରେ ଜର୍ମାନୀ ପ୍ରଥମ ଗୋଲ୍ ଦେଇଥିଲେ । ଏହା ପରେ ଜର୍ମାନୀ ୪ଟି ପେନାଲ୍‌ଟି କର୍ଣ୍ଣର ମଧ୍ୟ ପାଇଥିଲା । ତେବେ ସେଗୁଡ଼ିକୁ ଗୋଲରେ ପରିଣତ କରିପାରି ନଥିଲା । ଭାରତ ପକ୍ଷରୁ ବି କୌଣସି ଗୋଲ୍ ହୋଇ ନଥିଲା । ଫଳରେ ପ୍ରଥମାର୍ଦ୍ଧରେ ଭାରତ ୦-୧ଗୋଲ୍‌ରେ ପଛୁଆ ରହିଥିଲା ।
ଦ୍ୱିତୀୟାର୍ଦ୍ଧରେ ପ୍ରାରମ୍ଭରେ ଜର୍ମାନୀ ଉପରେ ଏକ ଗୋଲ୍ ଦେଇଥିଲା ଭାରତ । ସିମରନଜୀନ ସିଂହ ଏହି ଗୋଲ୍‌ଟି ଦେଇଥିଲେ । ଆଉ ଏହା ସହିତ ଦୁଇ ଦଳ ବରାବର ସ୍ଥିତିରେ ପହଞ୍ଚି ଯାଇଥିଲେ । କିନ୍ତୁ ଏହା ପରେ ଜର୍ମାନୀ ଦୁଇଟି ଗୋଲ ଦେଇଥିଲା ଏବଂ ୩-୧ରେ ଆଗୁଆ ରହିଥିଲା । ତେବେ ଦ୍ୱିତୀୟାର୍ଦ୍ଧରେ ଶେଷ ବେଳକୁ ଭାରତ ଆଉ ଦୁଇଟି ଗୋଲ୍ ଦେବାରେ ସଫଳ ହୋଇଥିଲା । ଦୁଇ ମିନିଟ୍ ବ୍ୟବଧାନରେ ଏହି ଦୁଇଟି ଗୋଲ୍ ହୋଇଥିଲା । ହାର୍ଦ୍ଦିକ ସିଂହ ଓ ହରମନପ୍ରୀତ୍ ସିଂହ ଏହି ଦୁଇଟି ଗୋଲ୍ ଦେଇଥିଲେ । ଦ୍ୱିତୀୟାର୍ଦ୍ଧ ଶେଷ ସୁଦ୍ଧା ଦୁଇ ଦଳ ୩-୩ଗୋଲ୍‌ରେ ବରାବର ରହିଥିଲେ ।
ତୃତୀୟ କ୍ୱାର୍ଟରରେ ଭାରତର ଦବଦବା ଦେଖିବାକୁ ମିଳିଥିଲା । ଏହି କ୍ୱାର୍ଟରରେ ରୁପିନ୍ଦର ପଲ୍ ପ୍ରଥମେ ଏକ ଗୋଲ୍ ଦେଇଥିଲେ । ସେ ଏକ ପେନାଲ୍‌ଟି ଷ୍ଟ୍ରୋକ୍‌କୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ । ଫଳରେ ଦଳ ୪-୩ରେ ଆଗୁଆ ରହିଥିଲା । ଏହାର ୩ ମିନିଟ୍ ପରେ ଦଳ ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା । ସିମରନଜୀତ୍ ସିଂହ ଏହି ଗୋଲ୍‌ଟି ଦେଇଥିଲେ ଓ ଏହା ଥିଲା ଏହି ମ୍ୟାଚ୍‌ରେ ତାଙ୍କର ଦ୍ୱିତୀୟ ଗୋଲ୍ । ଏହା ସହିତ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦଳ ୫-୩ରେ ଆଗୁଆ ରହିଥିଲା ।
ଚତୁର୍ଥ କ୍ୱାର୍ଟରର ପ୍ରଥମ ୫ ମିନିଟ୍‌ରେ ଜର୍ମାନୀ ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା ଓ ମ୍ୟାଚ୍‌କୁ ୪-୫ ସ୍ଥିତିକୁ ନେଇଯାଇଥିଲା । କିନ୍ତୁ ତା’ପରେ ଆଉ ଗୋଲ୍ କରିବାକୁ ସଫଳ ହୋଇନଥିଲା ଜର୍ମାନୀ । ଭାରତ ପକ୍ଷରୁ ବି ଏହି କ୍ୱାର୍ଟରରେ ଆଉ କୌଣସି ଗୋଲ୍ ହୋଇ ନଥିଲା । ଖେଳ ଶେଷ ହେବାକୁ ଆଉ ୬.୮ ସେକେଣ୍ଡ ଥିବା ବେଳେ ଜର୍ମାନୀ ଏକ ପେନାଲ୍‌ଟି କର୍ଣ୍ଣର ପାଇଥିଲା । ତେବେ ଏହାକୁ ଗୋଲ୍‌ରେ ପରିଣତ କରିପାରି ନଥିଲା । ଆଉ ଶେଷରେ ଭାରତୀୟ ଦଳ ବିଜୟୀ ହୋଇଥିଲା ।
ଚଳିତ ଅଲିମ୍ପିକ୍ସର ପୁଲ୍ ଏ’ରେ ୫ଟି ମ୍ୟାଚ୍ ଖେଳି ଦଳ ୪ଟିରେ ଜିତିଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ଦଳ ୭-୧ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲେ ହେଁ ଏହାର ମନୋବଳ ହ୍ରାସ ପାଇ ନଥିଲା । ଦଳ ପରବର୍ତ୍ତୀ ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରି କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ଥିଲା । କ୍ୱାର୍ଟର ଫାଇନାଲ୍‌ରେ ଦଳ ଗ୍ରେଟ୍ ବ୍ରିଟେନ୍‌କୁ ୩-୧ ରେ ପରାସ୍ତ କରି ୪୯ ବର୍ଷ ପରେ ଅଲିମ୍ପିକ୍ସରେ ସେମି ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଥିଲା । ତେବେ ସେମି ଫାଇନାଲ୍‌ରେ ବେଲଜିୟମ ଠାରୁ ୨-୫ରେ ହାରିଯାଇଥିଲା । ଫଳରେ ଅଲିମ୍ପିକ୍ସରେ ଦଳର ୯ମ ସ୍ୱର୍ଣ୍ଣ ପଦକ ଆଶା ପୂରଣ ହୋଇପାରି ନଥିଲା । ଏହା ପରେ ଆଜି ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ଲଢ଼େଇରେ ଦଳ ଜର୍ମାନୀକୁ ପରାସ୍ତ କରିଛି ।
ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଏଯାବତ୍ ମୋଟ ୧୨ଟି ପଦକ ପାଇଛି । ସେଥିମଧ୍ୟରେ ରହିଛି ୮ଟି ସ୍ୱର୍ଣ୍ଣ ପଦକ । ଦଳ ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ୧୯୬୦ ଅଲିମ୍ପିକ୍ସରେ ଦଳ ରୌପ୍ୟ ପଦକ ଜିତିଥିଲା । ୧୯୬୮ ଓ ୧୯୭୨ରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଥିବା ବେଳେ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଛି ।
ଭାରତୀୟ ପୁରୁଷ ହକିର ଏହି ଐତିହାସିକ ବିଜୟ ପରେ ରାଷ୍ଟ୍ରପତି ଶ୍ରୀରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭାରତର ବିଜୟ ପରେ ହକି ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି । ଫୋନ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କ ସହ ମୁଖ୍ୟ କୋଚ ଓ ସହଯୋଗୀ କୋଚଙ୍କ ସହ କଥା ହୋଇଛନ୍ତି । ପ୍ରାୟ ଅଢେଇ ମିନିଟ ଧରି ମୋଦୀ କଥା ହୋଇଥିବା ବେଳେ ଭାରତକୁ ବ୍ରୋଞ୍ଜ ମେଡାଲ ଆଣି ଦେଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ ଜରିଆରେ ମଧ୍ୟ ଭାରତୀୟ ପୁରୁଷ ହକି ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି, ଅବିସ୍ମରଣୀୟ! ପ୍ରତ୍ୟେକ ଭାରତୀୟଙ୍କ ସ୍ମୃତିପଟଳରେ ଖୋଦେଇ ହୋଇ ରହିବା ପରି ଦିନଟିଏ । ଦେଶ ପାଇଁ

Leave A Reply

Your email address will not be published.

fifteen + five =