ନୁଆଦିଲ୍ଲୀ: ଦେଶରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଭୟାନକ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ କି ନାହିଁ ତାହାକୁ ଦ୍ୱନ୍ଦ ଲାଗିଥିବା ବେଳେ ବୋର୍ଡ ପକ୍ଷରୁ କୁହାଯାଇଛି, ଯେ ଏ ସମ୍ପର୍କରେ ଜୁନ ପରେ ଚୁଡାନ୍ତ ନିଷ୍ପତି ନିଆଯିବ । ସିବିଏସଇର ଜଣେ ଅଧବକାରର କହିଛନ୍ତି, ଯଦି ଦେଶରେ କୋଭିଡ ପରିସ୍ଥିତି ଅଧିକ ଖରାପ ଆଡକୁ ଗତି କରେ ତେବେ ଦଶମ ଶ୍ରେଣୀ ଭଳି ଦ୍ୱାଦଶ ଛାତ୍ରଛତ୍ରୀଙ୍କ ପାଇଁ ମୁଲ୍ୟାୟନ ପଦ୍ଧତି ଅନୁସରଣ କରାଯାଇପାରେ । ତେବେ ତାହା ଏବେଠାରୁ କହିବା କଷ୍ଟକର । ଯଦି ଜୁଲାଇରେ ପରୀକ୍ଷା ସମ୍ଭବ ନହୁଏ ତେବେ ପରୀକ୍ଷା ପାଇଁ ଆଉ ବିଳମ୍ବ କକରାଯିବ ନାହିଁ । କାରଣ ପରୀକ୍ଷା ପରିଚାଳନା ଠାରୁ ଖାତା ଦେଖା ଏବଂ ‘ଳା‘ଳ ପ୍ରକାଶ ଆଦି ଅତି କମ୍୍ରେ ଏକ ମାସ ଲାଗିଥାଏ । ମନେକରାଯାଉ ଜୁଲାଇରେ ପରୀକ୍ଷା କରାଯାଇ ଅଗଷ୍ଟ ଶେଷରେ ‘ଳା‘ଳ ପ୍ରକାଶ ପାଇଲା । ଏହା ପରେ ଛାତ୍ରଛାତ୍ରୀ ବିଭିନ୍ନ ମହାବିଦ୍ୟାଳୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ କିଭଳି ନାମ ଲୋଖାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି ।