ସିବିଏସ୍‌ଇ ଦ୍ୱାଦଶରେ ୯୯.୩୭% ପାସ୍‌

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ଦ୍ୱାରା ପରିଚାଳିତ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ ୯୯.୩୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଚଳିତ ବର୍ଷ ମୋର୍ଟ ୧୩,୦୪,୫୬୧ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷାରେ ମଧ୍ୟ
ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରଙ୍କ ପାସ୍‌ହାର ୯୯.୧୩% ଥିବା ବେଳେ ଛାତ୍ରୀଙ୍କ ପାସ୍‌ହାର ୯୯.୬୭% ରହିଛି । ଛାତ୍ରଙ୍କ ତୁଳନାରେ ୦.୫୪% ଛାତ୍ରୀ ଅଧିକ ପାସ୍ କରିଛନ୍ତି । ସେହିପରି ୭୦,୦୦୪ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲା ବେଳେ ୧ ଲକ୍ଷ ୫୦ ହଜାର ୧୫୨ ଜଣ ଛାତ୍ରଛାତ୍ରୀ ୯୦ରୁ ଅଧିକ ପ୍ରତିଶତ ନମ୍ବର ରଖିଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକର ରେଜଲ୍ଟ ଶତ ପ୍ରତିଶତ ରହିଥିବା ବେଳେ ନବୋଦୟ ବିଦ୍ୟାଳୟ ଗୁଡ଼ିକର ରେଜଲ୍ଟ ୯୯.୯୪ % ରହିଛି । ସେହିଭଳି ଘରୋଇ ସ୍କୁଲ୍ ଗୁଡ଼ିକର ପାସ୍ ହାର ୯୯.୨୨ ପ୍ରତିଶତ ରହିଛି ।
ଚଳିତ ବର୍ଷ କରୋନା ଯୋଗୁ ପରୀକ୍ଷାକୁ ବାତିଲ କରାଯାଇଥିଲା । ସେଥିପାଇଁ ଏହି ଛାତ୍ରଛାତ୍ରୀମାନଙ୍କର ଦଶମ, ଏକାଦଶ ଓ ଇଣ୍ଟରନାଲ୍ ପରୀକ୍ଷାର ନମ୍ବରକୁ ନେଇ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ମାର୍କ ମୁଲ୍ୟାୟନ କରାଯାଇ ପରୀକ୍ଷା ଫଳ ପ୍ରକାଶ କରାଯାଇଛି ।
ଅନ୍ୟପକ୍ଷରେ ୬୫,୧୮୪ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇନାହିଁ । ଅଗଷ୍ଟ ୫ ତାରିଖ ସୁଦ୍ଧା ସେମାନଙ୍କ ପରୀକ୍ଷା ଫଳ ଘୋଷଣା କରାଯିବ ବୋଲି ସିବିଏସ୍‌ଇ ପକ୍ଷରୁ କୁହାଯାଇଛି ।
ଦିଲ୍ଲୀ ରିଜଅନରେ ରେକର୍ଡ ୯୯.୮୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପରୀକ୍ଷା ଫଳ ବୋର୍ଡର ୱେବ୍‌ସାଇଟ୍‌ରେ ମଭଗ୍ଦରକ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭ ଓ ମଭଗ୍ଦର.ଶକ୍ଟଙ୍ଖ.ସଦ୍ଭ ଉପଲବ୍ଧ କରାଯାଇଛି ।

Leave A Reply

Your email address will not be published.

16 + 19 =