ବିସିସିଆଇ ମଧ୍ୟ ମହିଳା ଆଇପିଏଲ୍ ଆୟୋଜନ କରିବ : ଗାଙ୍ଗୁଲି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ରବିବାର କହିଛନ୍ତି ମହିଳା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ କରିବାର ସମ୍ପୂର୍ଣ୍ଣ ଯୋଜନା ରହିଛି। ଯାହା ଦେଶର ମହିଳା କ୍ରିକେଟ୍ ଦଳର ଅଧିନାୟିକା ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ହେବ। ଫଳରେ ମହିଳା କ୍ରିକେଟ୍ ଦଳ ପାଇଁ କୌଣସି ଯୋଜନା ନାହିଁ ବୋଲି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି। ଦଳ ପାଇଁ ମହିଳା ଆଇପିଏଲ୍ ଚ୍ୟାଲେଞ୍ଜର୍ ସିରିଜ୍ ଭାବେ ବେଶ ଜଣାଶୁଣା। ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ପୁରୁଷ ଆଇପିଏଲ୍ ୧୯ ସେପ୍ଟେମ୍ବରରୁ ୮ କିମ୍ବା ୧୦ ନଭେମ୍ବର ମଧ୍ୟରେ ୟୁଏଇରେ ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ରହିଛି (ଶେଷ ତାରିଖ ଏପର୍ୟ୍ୟନ୍ତ ସ୍ଥିର ହୋଇନାହିଁ)। ବିସିସିଆଇ ସଭାପତିଙ୍କ ଅନୁଯାୟୀ ମହିଳା ଆଇପିଏଲ୍ ମଧ୍ୟ ଏହି କାର୍ୟ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ।
ରବିବାର ଦିନ ଆଇପିଏଲ୍ ପରିଚାଳନା ପରିଷଦ ବୈଠକ ପୂର୍ବରୁ ଗାଙ୍ଗୁଲି ପିଟିଆଇକୁ କହିଛନ୍ତି ଯେ, ମହିଳା ଆଇପିଏଲ୍ ପାଇଁ ସମ୍ପୂର୍ଣ୍ଣ ଯୋଜନା ଅଛି ଏବଂ ଜାତୀୟ ଦଳ

Leave A Reply

Your email address will not be published.

20 − five =