ନୂଆଦିଲ୍ଲୀ: ଓଡିଶାର ଦ୍ରୁତ ଧାବିକା ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ବିିଶ୍ୱ ରାଙ୍କିଂ ଆଧାରରେ ଦୂତୀ ଚାନ୍ଦ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ୧୦୦ ଓ ୨୦୦ ମିଟର ଦୌଡରେ ଦୂତୀ ଯୋଗ୍ୟତା ଅର୍ଜନ କରିଛନ୍ତି । ଏନେଇ ନିଜେ ଟ୍ୱିଟ କରି ଦୂତୀ ସୂଚନା ଦେଇଛନ୍ତି । ବିଶ୍ୱ ରାଙ୍କିଂରେ ୧୦୦ ମିଟର ଦୌଡରେ ଦୂତୀଙ୍କ ରାଙ୍କଂ ଥିଲା ବେଳେ ୨୦୦ ମିଟର ଦୌଡରେ ୫୧ତମ ରାଙ୍କ ରହିଛି । କ୍ରମାଗତ ଦ୍ୱିତୀୟଥର ପାଇଁ ଅଲ୍ମ୍ପିକ୍ ଯୋଗ୍ୟତା ଅର୍ଜନ କରିବାରେ ଦୂତି ହେଉଛନ୍ତି ପ୍ରଥମ ଓଡିଆ ଦ୍ରୃତ ଧାବିକା ।
ଦୂତୀ କହିଛନ୍ତି ଯେ, ୨ ବର୍ଷ ହେବ ଦେଖୁଥିବା ଟୋକିଓ ସ୍ୱପ୍ନ ସାକାର ହୋଇଛି । ୨ୟ ଅଲମ୍ପିୟାନ ଭାବେ ସୁଯୋଗ ପାଇଥିବାରୁ ଖୁସି ଲାଗୁଛି । ଓଡିଶା ବାସୀଙ୍କ ଆଶୀର୍ବାଦ ରହିଲେ ଆଗକୁ ସଫଳ ହେବି । ସୂଚନା ଯୋଗ୍ୟ ଯେ, ଲିଓ ଅଲମ୍ପିକ୍ରେ ଦୂତି ଅଂଶ ଗ୍ରହଣ କରିଥିଲେ ମଧ୍ୟ ପଦକରୁ ବଞ୍ଚିତ ହୋଇଥିଲେ । ଅନ୍ୟପକ୍ଷରେ ଓଡିଶାରୁ ୩ଜଣ କ୍ରୀଡାବିତ୍ ଟୋକିଓ ଅଲ୍ମ୍ପିକ୍ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।