ଅଲିମ୍ପିକ୍ସ ହକି ଟିମ ଉପ ଅଧିନାୟକ ହେଲେ ବୀରେନ୍ଦ୍ର

ନୂଆଦିଲ୍ଲୀ: ପୁଣି ଥରେ ଜାତୀୟ ପୁରୁଷ ହକି ଟିମରେ ଓଡିଆଙ୍କ ଦବଦବା ଦେଖିବାକୁ ମିଳିଛି । ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଥିବା ଭାରତୀୟ ପୁରୁଷ ହକି ଟିମର ଉପଅଧିନାୟକ ହୋଇଛନ୍ତି ଓଡିଆ ପୁଅ ବୀରେନ୍ଦ୍ର ଲାକ୍ରା । ଲାକ୍ରା ଓ ହରମନପ୍ରିତ ସିଂହ ଟୁର୍ଣ୍ଣାମେଂଟରେ ଉପଅଧିନାୟକ ଦାୟୀତ୍ୱ ତୁଲାଇବେ ବୋଲି ଆଜି ହକି ଇଣ୍ଡିଆ ପକ୍ଷରୁ ସୁଚନା ଦିଆଯାଇଛି । ପୁର୍ବଭଳି ମନପ୍ରିତ ସିଂହ ପୁରୁଷ ଦଳର ଅଧିନାୟକ ପଦ ଦାୟୀତ୍ୱରେ ଅଛନ୍ତି । ଟୋକିଓ ଅଲିମ୍ପିକ୍ସ ପାଇଁର୍ ଘୋଷିତ ୧୬ ଜଣିଆ ପୁରୁଷ ହକି ଟିମରେ ଲାକ୍ରାଙ୍କ ବ୍ୟତିତ ଓଡିଆ ପୁଅ ଅମିତ ରୋହିଦାସମଧ୍ୟ ରହିଛନ୍ତି । ସେ ପ୍ରଥମ ଥର ପାଇଁ ଅଲମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ସେହିଭଳି ଲାକ୍ରାଙ୍କ ଏହା ହେଉଛି ଦ୍ୱୀତିୟ ଅଲିମ୍ପିକ୍ସ । ୨୦୧୬ ରେ ସେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ ହେଁ ଆହତ କାରଣରୁ ଖେଳିନଥିଲେ । କିନ୍ତୁ ୨୦୧୨ରେ ସେ ଭାରତକୁ ବିଶ୍ୱସ୍ତରେରେ ପ୍ରତିନିଧିତ୍ୱ କରିଥିଲେ । ସୁଚନାଯୋଗ୍ୟ, ଗତକାଲି ଭାରତୀୟ ମହିଳା ହକି ଟିମର ଉପ ଅଧିନାୟକ ଭାବେ ଓଡିଆ ଝିଅ ଦୀପଗ୍ରେସ ଏକାଙ୍କୁ ନିଯୁକ୍ତି ମିଳିଥିଲା । ରାଣୀ ରାମପଲ ପୁର୍ବଭଳି ମହିଳା ଦଳର ଅଧିନାୟୀକତ୍ୱ ଅଲିମ୍ପିକ୍ସରେ କରିବେ ।

Leave A Reply

Your email address will not be published.

4 × five =