ନୂଆଦିଲ୍ଲୀ: ୨୦୨୧ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବ ଅଲିମ୍ପିକ୍ସ । କିନ୍ତୁ ବିଶ୍ୱରେ କରୋନା ମହାମାରୀର ସଂକଟ ସମୟରେ ଆସନ୍ତା ବର୍ଷ କ୍ରୀଡା ହୋଇପାରିବକି ନାହିଁ , ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାର ଉତରରେ ଭାରତୀୟ ଅଲିମ୍ପିକ୍ସ ସଂଘ ନିଶ୍ଚିତ ଯେ ଆସନ୍ତାବର୍ଷ ଟୋକିଓରେ ଅଲିମ୍ପିକ୍ସ ସଫଳତା ସହ ଆୟୋଜିତ ହେବ ବୋଲି କହିଛି । ଆଇଓଏର ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା କହିଛନ୍ତି, ଆମର ବିଶ୍ୱାସ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ମହାସଂଘ ଟୋକିଓରେ ଅନୁଷ୍ଟିତ ହେଉଥିବା କ୍ରୀଡାକୁ ସଫଳତା ସହ ଆୟୋଜନ କରିବେ । ଯାହା ଇତିହାସରେ ହେବ ଶ୍ରେଷ୍ଠ କ୍ରୀଡା । ଘୋଷିତ ନୂଆ ସୂଚୀ ଅନୁସାରେ କ୍ରୀଡା ୨୦୨୧ ଜୁଲାଇ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷ ହେବ ।