ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ବାଲିରେ ରଥ

ପୁରୀ: ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ମହୋଦଧି କୂଳରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି । ୬ ଫୁଟ୍ ୨ ଇଂଚ ଉଚ୍ଚତା ବିଶିଷ୍ଟ ଏହି ବାଲୁକା ରଥ ନିର୍ମାଣ କରିବା ପାଇଁ ଶିଳ୍ପୀଙ୍କୁ ଅନେକ ସମୟ ଲାଗିଥିଲା ।

ନିଟ୍ ପାଇଁ ଅନଲାଇନରେ ଆବେଦନ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ କୋଭିଡ୍ ନିୟମକୁ ପାଳନ କରି ସାରା ଭାରତବର୍ଷରେ ଚଳିତବର୍ଷର ନିଟ୍(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଆଜି ଅପରାହ୍ଣ ୫ଟାରୁ ଏନଟିଏ ୱେବସାଇଟ୍ ଜରିଆରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି

୭୫୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ଓ ପଲିଏଟିଭ୍ କେୟାର ସେଂଟରର ଭିତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ରଥ ଯାତ୍ରାର ଶୁଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଇନଫୋଭାଲୀରେ ଦୁଇଟି ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ରତିଷ୍ଠାନ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ମଧ୍ୟରେ ଗୋଟିଏ ହେଉଛି ବାଗଚି-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଅନୁସନ୍ଧାନ

୨୪ ଘଣ୍ଟା ମଧ୍ୟରେ ସୌର ଝଡର ପ୍ରଭାବ!

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠକୁ ଏକ ସୌରଝଡ଼ ମାଡ଼ି ଆସୁଥିବା ନେଇ ଗଲା କିଛି ଦିନ ହେଲାଣି ଚର୍ଚ୍ଚା ଚାଲିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ ପୃଥିବୀକୁ ମାଡ଼ କରିବା ଆକଳନ କରାଯାଉଛି । ଏହା ପ୍ରଭାବରେ ସାଟେଲାଇଟ୍, ଜିପିଏସ୍ ନାଭିଗେସନ, ମୋବାଇଲ୍ ଫୋନ୍ ସିଗନାଲ୍ ଏବଂ

କ୍ୟାବିନେଟ କମିଟି ପୁନର୍ଗଠିିତ: ୨ଟି କମିଟିରେ ଅଶ୍ୱିନୀ ବୈଷ୍ଣବ ସାମିଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ସଂପ୍ରସାରଣ କରିବା ପରେ ଏବେ ବିଭିନ୍ନ କ୍ୟାବିନେଟ କମିଟିର ପୁନର୍ଗଠନ କରିଛନ୍ତି । ଗତକାଲି ବିଳମ୍ୱିତ ରାତିରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ୍ ୮ଟି କ୍ୟାବିନେଟ କମିଟି ରହିଛି । ଏହି ସମସ୍ତ କମିଟିରେ ପ୍ରଧାନମନ୍ତ୍ରୀ

ଅଘୋଷିତ ଘୋଷଯାତ୍ରା

ଅଘୋଷିତ ଘୋଷଯାତ୍ରା’ କହିଲେ କିଏ କ’ଣ ବୁଝିବ ଓ କିଏ କ’ଣ ବୁଝେ, ତାହା ଆମେ ଜାଣୁନା । କିନ୍ତୁ ଏହା ଆମକୁ ଓ ସମସ୍ତଙ୍କୁ ବେଶ୍ ମାଲୁମ ଯେ, ଘୋଷଯାତ୍ରାର ଗୁରୁତ୍ୱ ଓଡ଼ିଶାରେ ତଥା ସନାତନୀ ଧର୍ମରେ କେତେ ରହିଛି । ଏହା ହେଉଛି ଭାରତ ବର୍ଷର ଚାରିଧାମ ମଧ୍ୟରୁ ପୁରୀରେ ରହିଥିବା ଅନ୍ୟତମ ଧାମରେ

ପ୍ରତ୍ୟେକ ରାଷ୍ଟ୍ର ଶକ୍ତିଶାଳି ହେବା ପଛର ଶକ୍ତି ହେଉଛି ସୁସ୍ଥ ଓ ଶିକ୍ଷିତ ଜନସଂଖ୍ୟା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ କହିଛନ୍ତି ଯେ ପ୍ରତ୍ୟେକ ରାଷ୍ଟ୍ର ପାଇଁ ସୁସ୍ଥ ଏବଂ ଶିକ୍ଷିତ ଜନସଂଖ୍ୟା ହେଉଛି ଉତପ୍ରେରକ ଶକ୍ତି । ଏକ ଉତମ ଭବିଷ୍ୟତ ନିମନ୍ତେ ଶିକ୍ଷା, ତାଲିମ ଏବଂ ସ୍ୱାସ୍ଥ୍ୟସେବା ଉପରେ ବିନିଯୋଗ ସହ ଆମର ମାନବସମ୍ବଳକୁ

ଶ୍ରୀଜଗନ୍ନାଥ ଅଷ୍ଟକମ ଭିଡିଓରେ କଣ୍ଠଦାନ କଲେ ସମ୍ବିତ୍ ପାତ୍ର ଓ କୈଳାସ ଖେର

ଭୁବନେଶ୍ୱର: ଶ୍ରୀଜିଉଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ପ୍ରସ୍ତୁତ ହୋଇଛି ଶ୍ରୀଜଗନ୍ନାଥ ଅଷ୍ଟକମକୁ ନେଇ ଏକ ସୁନ୍ଦର ଭିଡିଓ ଆଲବମ୍ । ଏଥିରେ କଣ୍ଠଦାନ ସହ ଅଭିନୟ କରିଛନ୍ତି ବଲିଉଡର ଜଣାଶୁଣା ଶିଳ୍ପୀ ପଦ୍ମଶ୍ରୀ କୈଳାସ ଖେର ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏଥର ବି କରୋନା

ବର୍ଷ ଶେଷ ସୁଦ୍ଧା ରାଜ୍ୟର ୧୦୦ଟି ପର୍ଯ୍ୟଟନ ସ୍ଥଳିରେ ହେବ ବୋଟିଂ ସେବା

ଭୁବନେଶ୍ୱର:ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଆଉ ଆଗକୁ ନେବାକୁ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ୧୦୦ଟି ସ୍ଥାନରେ ବୋଟିଂ ସେବା ଆରମ୍ଭ କରିବେ । ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜଙ୍ଗଲ ଏବଂ ପରିବେଶ, ଜଳ ସମ୍ପଦ ଏବଂ

ବଜ୍ରପାତ ନେଲା ୭୦ ଜୀବନ

ନୂଆଦିଲ୍ଲୀ: ଉତ୍ତର ଭାରତର ତିନି ରାଜ୍ୟରେ ବଜ୍ରପାତ ହେବାରୁ ଗୋଟିଏ ଦିନରେ ୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ୟୁପିରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜସ୍ଥାନରେ ୨୦ରୁ ଅଧିକ ଏବଂ ମଧ୍ୟପ୍ରଦେଶରେ ୭ରୁ ଅଧିକଙ୍କର ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି । ରବିବାର ସନ୍ଧ୍ୟାରେ ୟୁପିରେ