ଆମୋନିଆ ଗ୍ୟାସ୍ ଲିକ୍ : ୧୫ ଅସୁସ୍ଥ

ପରାଦ୍ୱୀପ: ପାରାଦ୍ୱୀପ ସ୍ଥିତ ଲକ୍ଷ୍ମୀନାରାୟଣ ଚିଙ୍ଗୁଡି ଫାକ୍ଟ୍ରିରୁ ଆଜି ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ୧୫ ଜଣ ଅସୁସ୍ଥ ହୋଇ ପଡିଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଅସୁସ୍ଥ ହୋଇପଡିଥିବା ୩ଜଣଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ମଧ୍ୟରେ ଜଣେ

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ୍‌ର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ୟସ ଚଳିତ ମାସ ୨୬ ତାରିଖରେ ଉତର ଓଡିଶା ଏବଂ ପଶ୍ଚିମବଙ୍ଗର ସୁନ୍ଦରବନ ମଧ୍ୟବର୍ତୀ ଅଞ୍ଚଳରେ ଭୂଭାଗ ଅତିକ୍ରମ କରିବା ସମ୍ଭାବନା ରହିଥିବା

ପାରାଦ୍ୱୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍‌’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହୋଇଥିବା ବେଳେ ଅତିଭୀଷଣ ରୂପନେଇ ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ଓଡିଶାର ପାରଦ୍ୱୀପ ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଆଇଏମ୍‌ଡିର ମହାନିର୍ଦ୍ଦେଶକ ଶ୍ରୀ ମୃତ୍ୟୁଞ୍ଜୟ

ଆକ୍ରାନ୍ତ ଓ ମୃତ୍ୟୁରେ ପ୍ରଥମ ସ୍ଥାନରେ ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଥମିବାର ନାଁ ଧରୁନଥିବା ବେଳେ ଉଭୟ ସଂକ୍ରମଣ ଓ ମୃତକ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୪୫୧ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ଘଟିଛି । ଆଜି ଦିନକରେ ରାଜ୍ୟରେ ୧୧୧୦୮ ଜଣ ନୂଆ

ବଢୁଛି ‘ବ୍ଲାକ୍ ଫଙ୍ଗସ୍‌’ ଦେଶରେ ୮୮୪୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଘାତକ ‘ବ୍ଲାକ ଫଙ୍ଗସ୍‌’ ବା ମ୍ୟୁକୋର୍ମାଇକୋସିସ୍‌ରେ ୮୮୪୮ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ବର୍ତମାନ ସୁଦ୍ଧା ୧୨୬ ଜଣଙ୍କର ଜୀବନ ଯାଇଥିବା ସୂଚନା ରହିଛି । ସେମାନଙ୍କ ଭିତରୁ କେବଳ ମହାରାଷ୍ଟ୍ରରେ ହିଁ ସର୍ବାଧିକ ୯୦ ଜଣ ମୃତୃ ବରଣ କରିଛନ୍ତି । ତାହା ପଛକୁ

ଲାଞ୍ଚ ମାମଲାରେ ଲାଲୁଙ୍କୁ ସିବିଆଇର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଡିଏଲ୍‌ଏଫ୍ ଲାଞ୍ଚ ମାମଲାରେ ସିବିଆଇ ପୂର୍ବତନ ରେଲବାଇ ମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ କ୍ଲିନ୍‌ଚିଟ୍ ଦେଇଛି । ସେ ରେଳବାଇ ମନ୍ତ୍ରୀ ଥିବା ବେଳେ ଡିଏଲ୍‌ଏଫ୍ ଲାଞ୍ଚ କାରବାର ମାମଲା ଘଟିଥିଲା । ଲାଲୁ ଏଥିରେ ସାମିଲ ଥିବା ସନ୍ଦେହ

ଟିକା ଅଭାବ ପାଇଁ କେନ୍ଦ୍ରକୁ ଦାୟୀ କଲା ସିରମ୍‌

ମୁମ୍ବାଇ : ଦେଶରେ ଲାଗି ରହିଥିବା କରୋନା ଟିକା ଅଭାବ ସମସ୍ୟା ପାଇଁ କେନ୍ଦ୍ର ସରକାରଙ୍କୁ ପରୋକ୍ଷ ଭାବେ ଦାୟୀ କରିଛି ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ । ଟିକାକରଣରେ କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ପରିଚାଳନାଗତ ବ୍ୟବସ୍ଥା ଯୋଗୁ ଆଜି ଏଭଳି ଅବସ୍ଥା ଉପୁଜିଥିବା ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ

ବାତ୍ୟା ପାଇଁ ଟିକାକରଣ ବନ୍ଦ

ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତ୍ୟା ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡିକରେ ଟିକାକରଣ ବନ୍ଦ ରଖିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ତେବେ ଟିକା ଯେପରି ନଷ୍ଟ ନହୁଏ ସେଥିପ୍ରତି ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ବାତ୍ୟା ଯୋଗୁଁ

ବାତ୍ୟା ମୁକାବିଲା ପାଇଁ ସରକାର ସଜାଗ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ରାଜ୍ୟସରକାର ସମ୍ପୃର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପିକେ ଜେନା କହିଛନ୍ତି । ଗଣମାଧ୍ୟମକୁ ଏହି ସୂଚନା ଦେଇ ସେ କହିଛନ୍ତି ଯେ, ବାତ୍ୟା ମୁକାବିଲା

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ପୂବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଜି ଲଘୁଚାପ ରୂପ ନେଇଛି । ଫଳରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏନ୍‌ଡି)ର ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଆସନ୍ତାକାଲି ଲଘୁଚାପ