ନିଲମ୍ବିତ ହେଲେ ସରପଞ୍ଚ

ଯାଜପୁର : ବର ବ୍ଲକ ବୋଦୁଅ ପଂଚାୟତର ସରପଂଚ ଅର୍ଚ୍ଚନା ମଲ୍ଲିକଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ବିଭାଗୀୟ ପତ୍ର ସଂଖ୍ୟା ୬୬୪୯/ ୦୭-୦୪-୨୦୨୧ ରେ ଶ୍ରୀମତି ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଥିବାର ଜଣାପଡିଛି ।

ହୋଟେଲରୁ ଗୀତ ଗାଇବେ ଇଣ୍ଡିଆନ୍‍ ଆଇଡଲ୍‍ ପ୍ରତିଯୋଗୀ ପୱନଦୀପ

ମୁମ୍ବଇ: ସୋନୀ ଟିଭିରେ ପ୍ରସାରିତ ଇଣ୍ଡିଆନ୍‍ ଆଇଡଲ୍‍ ପ୍ରତିଯୋଗୀ ପୱନଦୀପ ରାଜନ୍‍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେ ସେ ମୁମ୍ବଇସ୍ଥିତ ଏକ ହୋଟେଲରେ କ୍ୱାରେଣ୍ଟାଇନରେ ଅଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ପୱନଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ୟ

ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ

ବାଲେଶ୍ଵର: ଚାନ୍ଦିପୁର ନାଉପାଳଗଡି ଅଞ୍ଚଳରେ ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁବାର ରାତିରେ ମହିଳାଙ୍କୁ ୫-୬ ଜଣ ଦୁର୍ବୃତ୍ତ ତାଙ୍କ ଘରୁ ନେଇ ଏକ

ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ୩୭ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ଦେଖାଯାଉଛି। ଏହାସହ ଦିଲ୍ଲୀର ଗଙ୍ଗାରାମ ନାମକ ଏକ ହସ୍ପିଟାଲରୁ ୩୭ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ଜଣ ହୋମ ଆଇସୋଲେସନରେ ରହିଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ

ଏହା ମୋ ଜୀବନର ସବୁଠାରୁ ଖୁସି ମୁହୂର୍ତ୍ତ: ନକ୍ସଲ କବଳରୁ ମୁକ୍ତ କୋବ୍ରା କମାଣ୍ଡୋଙ୍କ ପତ୍ନୀ

ଶ୍ରୀନଗର: ଛତିଶଗଡରେ ନକ୍ସଲଙ୍କ ଦ୍ୱାରା ଅପହୃତ ହୋଇଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହାସଙ୍କୁ ଗୁରୁବାର ମୁକ୍ତ କରାଯିବା ପରେ ତାଙ୍କ ପତ୍ନୀ ମିନୁ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡିଥିଲେ। ମିନୁ କହିଥିଲେ, ସ୍ୱାମୀଙ୍କୁ ମୁକ୍ତ କରାଯିବା ତାଙ୍କ ପାଇଁ ଜୀବନର ସବୁଠାରୁ ଖୁସି ମୁହୂର୍ତ୍ତ।

ଡ. ହରେକୃଷ୍ଣ ମହତାବଙ୍କ ରଚିତ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆଜି ମଧ୍ୟାହ୍ନ ୧୨ଟାରେ ନୂଆଦିଲ୍ଲୀର ଜନପଥସ୍ଥିତ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ‘ଉତ୍କଳ କେଶରୀ’ ଡ. ହରେକୃଷ୍ଣ ମହତାବଙ୍କ ଦ୍ବାରା ରଚିତ ‘ଓଡ଼ିଶା ଇତିହାସ’ର ହିନ୍ଦୀ ଅନୁବାଦକୁ ଉନ୍ମୋଚନ କରିବେ। ଏହି ପୁସ୍ତକ ଏବେ ଓଡ଼ିଆ ଓ

୩ ମହିଳା ସ୍ୱାସ୍ଥ୍ୟ କର୍ମୀ ଅପହୃତ

ଛତିଶଗଡ :  ବିଜାପୁର ଜିଲ୍ଲାରେ ପୁଣି ଲାଲବାହିନୀର ଆତଙ୍କରାଜ ଦେଖାଯାଇଛି। ସିଆରପିଏଫ ଯବାନଙ୍କୁ ମୁକ୍ତ କରିବାର ୨୪ ଘଣ୍ଟା ନ ବିତୁଣୁ ପୁଣି ଆଉ ୩ ଜଣଙ୍କୁ ନକ୍ସଲ ଅପହରଣ କରି ନେଇଛନ୍ତି  । ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ୩ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରି

ଆଜି ଭାରତ-ଚୀନ ଏକାଦଶ ରାଉଣ୍ଡ କର୍ପସ କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଲଦାଖରେ ସୀମା ବିବାଦକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ପ୍ରଶମିତ କରିବାକୁ ଭାରତ ଓ ଚୀନ ମଧ୍ୟରେ ଆଜି ଶୁକ୍ରବାର କର୍ପସ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି। ଏହା ଦୁଇଦେଶ ମଧରେ ଏକାଦଶତମ କର୍ପସ କମାଣ୍ଡରସ୍ତରୀୟ ବୈଠକ ଏବଂ ଏହା ପୂର୍ବ ଲଦାଖର ଚୁଶୁଲଠାରେ ଅନୁଷ୍ଠିତ

ବାଣୀବିହାର ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଖାଲି କରିବା ନିର୍ଦ୍ଦେଶକୁ ବିରୋଧ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ ତୀବ୍ର ଗତିରେ ବୃଦ୍ଧିପାଉଥିବାବେଳେ ତାହାକୁ ଦୃଷ୍ଟିରେ ରଖି ବାଣୀବିହାରର ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ବିରୋଧ କରି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଆଜି ଶତାଧିକ ସଂଖ୍ୟାରେ ଏକ ଶୋଭଯାତ୍ରାରେ ଆସି

ଆଜିଠାରୁ ଆଇପିଏଲ୍‌-୧୪

ଚେନ୍ନଇ: ଦେଶରେ ମହାମାରୀ କରୋନାର ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବାତାବରଣର ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ଏସବୁକୁ ବଳିଯାଇଛି କ୍ରିକେଟ୍‌ ଫିଭର। ଶୁକ୍ରବାରଠାରୁ ବିଶ୍ବର ସବୁଠାରୁ ଧନଶାଳୀ ପେସାଦାର ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଆରମ୍ଭ