ମେ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, ଘୋଷଣା ହେଲା ସୂଚୀ

  ଭୁବନେଶ୍ୱର : ରାଜ୍ୟ ସରକାର ଘୋଷଣା କରିଛନ୍ତି ଯୁକ୍ତଦୁଇ ପରୀକ୍ଷା ସୂଚୀ । ମେ ୧୮ତାରିଖରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ +୨ ପରୀକ୍ଷା ଚାଲିବ ବୋଲି  ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେହିପରି ମେ ୨୮ ତାରିଖରୁ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଆରମ୍ଭ ହେବ ।

ମନେ ପଡନ୍ତି ହୱା ହୱାଇ ଗାର୍ଲ

ମୁମ୍ବାଇ: ବଲିଉଡର ହୱା ହୱାଇ ଗାର୍ଲ ତଥା ସବୁଠୁ ସୁନ୍ଦର ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁକୁ ଆଜି ୩ ବର୍ଷ ପୂରିଛି। ୨୦୧୮ ଫେବ୍ରୁଆରୀ ୨୪ ତାରିଖ ଦିନ ସେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଥିଲେ। ତାଙ୍କର ଅଚାନକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। ଆଜି ବି ଶ୍ରୀଦେବୀଙ୍କ

ଜାଣନ୍ତୁ ବିଶ୍ବର ସର୍ବବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ ବିଷୟରେ

ଅହମ୍ମଦାବାଦ: ବୁଧବାରଠାରୁ ସର୍ଦାର ପଟେଲ ଗୁଜରାଟ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଖେଳାଯିବ। ଏହି ଦିବାରାତ୍ର ମ୍ୟାଚ୍ ଗୋଲାପି ବଲ୍‌ରେ ଖେଳାଯିବ। ମୋଟେରାସ୍ଥିତ ଷ୍ଟାଡିୟମ୍‌ ବିଶ୍ବର ସର୍ବବୃହତ୍ କ୍ରିକେଟ୍‌ ଷ୍ଟାଡିୟମ୍‌। ଏଥିରେ ୧ ଲକ୍ଷ ୧୦ ହଜାର ଦର୍ଶକ

ଚାମୋଲି ହିମସ୍ଖଳନ, ନିଖୋଜ ୧୩୬ ‘ଆପାତତଃ ମୃତ’

ଡେରାଡୁନ: ଉତ୍ତରାଖଣ୍ଡର ଚାମୋଲି ହିମସ୍ଖଳନ ଇତିମଧ୍ୟରେ ଦୁଇ ସପ୍ତାହରୁ ଅଧିକ ଦିନ ବିତିଥିଲେ ମଧ୍ୟ ପ୍ରାୟ ୧୩୬ ଅଧିକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କୁ ଆଉ ଜୀବିତାବସ୍ଥାରେ ସନ୍ଧାନ କରିବା ଆଶା କମ୍‌ ଥିବାରୁ ରାଜ୍ୟ ସରକାର ‘ଆପାତତଃ ମୃତ’ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

କାନପୁର ବେଣାପାଟ ରାସ୍ତା ପୁଣି ଖୋଲିବ, ଏକ କୋଟିରୁ ଊର୍ଦ୍ଧ୍ବ ବ୍ୟୟବରାଦ

ଗଡ଼ମଧୁପୁର: ବର୍ଷ ବର୍ଷ ଧରି ବାଟ ପଡିଯାଇଥିବା ଧର୍ମଶାଳା ବ୍ଲକ ଗଡ଼ମଧୁପୁର ପଞ୍ଚାୟତରୁ ଜାରକା ଭାୟା କାନପୁର ବେଣାପାଟ ରାସ୍ତା ପୁଣି ଖୋଲିବ। ଏନେଇ ଗ୍ରମ୍ୟ ଉନ୍ନୟନ ବିଭାଗର ନିର୍ଦେଶ ଓ ଏକ କୋଟିରୁ ଊର୍ଦ୍ଧ୍ବ ବ୍ୟୟବରାଦ ପରେ ରାସ୍ତା ତିଆରି ଚାଲିଛି। ପାଟ ଭିତରେ ମାଟିର ଅଭାବ ହେତୁ କାର୍ଯ୍ୟ

ହାତୀ ଆକ୍ରମଣରେ ମାଆ ଓ ପୁଅ ମୃତ ; ବାପା ଗୁରୁତର

ସମ୍ବଲପୁର : ସମ୍ବଲପୁର ଜିଲା ଅନ୍ତର୍ଗତ ଭୋଜପୁର ରେଞ୍ଜ ଗଡାକୁନା ଗାଁ ଅଖରାଦାନ ପଡାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ହାତୀ ଆକ୍ରମଣରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମାଆ ଓ ପୁଅ ଥିବା ବେଳେ ବାପା

ନିର୍ଦ୍ଧାରିତ ସମୟ ଅବଧିଠାରୁ ଅଧିକ ସମୟ କାମ କରାଇ ପାରିବେନି ନିର୍ମାତା, ଇଫ୍ଟଡା ଜାରି କଲା ନୋଟିସ୍‍

ମୁମ୍ବଇ: ଫିଲ୍ମ, ଟିଭି ତଥା ୱେବସିରିଜ୍‍ ନିର୍ଦ୍ଦେଶକଙ୍କ ସଂସ୍ଥା ଇଣ୍ଡିଆନ୍‍ ଫିଲ୍ମ ଆଣ୍ଡ୍‍ ଟେଲିଭିଜନ୍‍ ଡାଇରେକ୍ଟର୍ସ ଆସୋସିଏସନ୍‍(IFTDA) ନିର୍ଦ୍ଧାରିତ ସମୟ ସୀମାଠାରୁ ଅଧିକ କାମ ନ କରିବା ପାଇଁ ନିଜ ସଦସ୍ୟମାନଙ୍କୁ ନୋଟିସ୍‍ ଜାରି କରିଛି। ନିରନ୍ତର କାର୍ଯ୍ୟ ଯୋଗୁଁ ଘଟୁଥିବା

ବ୍ରାହ୍ମଣୀ ପୋଲରେ ଟ୍ୟାଙ୍କର ଧକ୍କାରେ ୨ ମୃତ

ରାଉରକେଲା : ରାଉରକେଲାର ବ୍ରାହ୍ମଣୀ ପୋଲ ଉପରେ ଏକ ସଡକ ଦୁର୍ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି। ପୋଲ ଉପରେ ଯାଉଥିବା ଏକ ବାଇକକୁ ଟ୍ୟାଙ୍କର ଧକ୍କା ଦେବାରୁ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣା ବିଷୟରେ ଅଧିକ ତଥ୍ୟ ହସ୍ତଗତ ହୋଇ ପାରି

ପାକିସ୍ତାନ ସାଂସଦଙ୍କ ବିବାହ: ବର ୫୦କୁ କନିଆଁ ୧୫

ଲାହୋର,୨୩ା୨: ପାକିସ୍ତାନୀ ସାଂସଦ ମୌଲାନା ସଲାଉଦ୍ଦିନ ଆୟୁବିଙ୍କ ବାହାଘରକୁ ନେଇ ଦେଶରେ ଯେତିକି ଚର୍ଚ୍ଚା ସେହି ପରିମାଣରେ ବିବାଦ ସୃଷ୍ଟି ହୋଇଛି। ଏହାର କାରଣ ହେଉଛି, ସାଂସଦଙ୍କ ବୟସ ୫୦ ହୋଇଥିବାବେଳେ କନିଆଁଙ୍କ ବୟସ ମାତ୍ର ୧୫ ଓ ସେ ଜଣେ ହାଇସ୍କୁଲ ଛାତ୍ରୀ। କନିଆଁ ପାକିସ୍ତାନର

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ଶ୍ରୀଗୁଫବାରା ଅନନ୍ତନାଗର ଶଲଗୁଲ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଥିବା ବୁଧବାର ଖବର ମିଳିଛି। ବର୍ତ୍ତମାନ ମଧ୍ୟ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି