ଶାନ୍ତନୁଙ୍କୁ ଜାମିନ; ନିକିତାଙ୍କ ରାୟ ଆଜି

ମୁମ୍ବଇ: ଟୁଲକିଟ୍ ମାମଲାରେ ଅଭିଯୁକ୍ତ ପୁଣେସ୍ଥିତ ଇଞ୍ଜିନିୟର ତଥା ସାମାଜିକ କର୍ମୀ ଶାନ୍ତନୁ ମୁଲୁକଙ୍କୁ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ପୀଠ ସାମୟିକ ଜାମିନ ପ୍ରଦାନ କରିଛନ୍ତି। ଶାନ୍ତନୁଙ୍କୁ ୧୦ଦିନ ପାଇଁ ଜାମିନ ପ୍ରଦାନ କରାଯାଇଛି। ଏହି ଟୁଲକିଟ୍‌ ମାମଲାରେ ଅନ୍ୟତମ ଅଭିଯୁକ୍ତ

ସ୍ବାଧୀନ ଭାରତରେ ପ୍ରଥମ କରି ଏହି ମହିଳାଙ୍କୁ ଦିଆଯିବ ଫାଶୀ

ଦେଶ ସ୍ବାଧୀନ ହେବା ପରଠାରୁ ଅନେକ ଅପରାଧୀଙ୍କୁ ଫାଶୀ ଦିଆଯାଇଛି। କିନ୍ତୁ ପ୍ରଥମ ଥର ଲାଗି ସ୍ବାଧୀନ ଭାରତରେ ଜଣେ ମହିଳାଙ୍କୁ ଫାଶୀ ଦିଆଯିବ। ଏହି ମହିଳା ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର ଅମରୋହା ଜିଲାର ଶବନମ। କେବଳ ସେ ନୁହନ୍ତି, ତାଙ୍କ ପ୍ରେମିକ ସଲିମକୁ ବି ତାଙ୍କ ସହିତ ଫାଶୀ ଖୁଣ୍ଟରେ

କଂଗ୍ରେସ ଗଢିଲା ଟିମ, ବ୍ରହ୍ମପୁର ସଭାପତି ହେଲେ ସୁଜୟ

ଵ୍ରହ୍ମପୁର: ଵ୍ରହ୍ମପୁର ମହାନଗର କଂଗ୍ରେସର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଵ୍ରହ୍ମପୁରର ଯୁବନେତା ସୁଜୟ କୁମାର ଆଚାର୍ୟ୍ୟ। ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଘୋଷଣା କରାଯିବା ସହ ସୁଜୟଙ୍କୁ ଦାୟିତ୍ୱ ପ୍ରଦାନ

ବର୍ଦ୍ଧିତ ଘର ଟିକସ ନେଇ କମିଶନର‌ଙ୍କ ସହ ଆଲୋଚନା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ତରଫରୁ ସହରରେ ଘର ଟିକସ ବୃଦ୍ଧି କରାଯାଇଛି। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ବର୍ଦ୍ଧିତ ଘର ଟିକସ ପ୍ରସଙ୍ଗରେ ବୁଧବାର ବିଏମ୍‌ସି କମିଶନର୍‌ ଡ.ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କୁ ସାକ୍ଷାତ କରିଛନ୍ତି ସିପିଆଇ(ଏମ୍‌)ର କର୍ମକର୍ତାମାନେ।

ଶେଷ ୨ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଅନ୍ତିମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ଭାରତୀୟ ଦଳ ଘୋଷଣା କରିଛି। ୧୭ ସଦସ୍ୟ ବିଶିଷ୍ଟ ଟିମ୍‌ରେ କୌଣସି ବଡ଼ ଧରଣର ଅଦଳବଦଳ କରାଯାଇ ନାହିଁ। କେବଳ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି।

ପୋଲରୁ ତଳକୁ ଖସିଲା ଅଟୋ ; ୨ ମୃତ, ୭ ଆହତ

ବରଗଡ : ବରଗଡ ଜିଲା ବିଜେପୁର ଥାନା ଅନ୍ତର୍ଗତ ସରନାପାଲି ପୋଲରୁ ତଳକୁ ଅଟୋ ଖସି ପଡ଼ିବାରୁ ଦୁର୍ଘଟଣା ଘଟିଥିବା ବୁଧବାର ଜଣାପଡ଼ିଛି। ବରଯାତ୍ରୀ ନେଇ ଫେରୁଥିବା ବେଳେ ଉକ୍ତ ଅଟୋଟି ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଉଦ୍ଧାର

ଭୁବନେଶ୍ୱର ଲାଇଫ୍‍ ସାଇନ୍ସ ଇନଷ୍ଟିଚ୍ୟୁଟ୍‍ଠାରେ ସେଣ୍ଟର ଅଫ୍‍ ଏକ୍ସିଲେନ୍ସ ଅନ୍‍ ମେରାଇନ୍‍ ବାୟୋଟେକ୍ନୋଲୋଜି…

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ସମୁଦ୍ର କୂଳ ତଥା ପ୍ରାକୃତିକ ପରିବେଶ ସୁରକ୍ଷାର ସନ୍ତୁଳନକୁ ଆଖିରେ ରଖି ଗବେଷଣା ନିମନ୍ତେ ଭୁବନେଶ୍ୱର ସ୍ଥିତ

ବିଧାନସଭା ସୁରକ୍ଷା ଯାଞ୍ଚ କଲେ ପୁଲିସ ଡିଜି

ଭୁବନେଶ୍ୱର: ବୁଧବାର ବିଧାନସଭା ସୁରକ୍ଷା ଯାଞ୍ଚ କରିଛନ୍ତି ପୁଲିସ ଡିଜି ଅଭୟଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ। ଡିଜିପିଙ୍କ ଯାଞ୍ଚ ପରେ ପୁଲିସ କମିଶନର ଏବଂ ଡିସିପି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ।

ନାବାଳକକୁ ନିର୍ଯାତନା ଦେଇ ଏସଆଇ ନିଲମ୍ବିତ

ରାଉରକେଲା : ୨୦୨୦ ମସିହା ଡିସେମ୍ବର ୨୬ ତାରିଖରେ ରାଉରକେଲା ଉଦିତନଗର ଥାନାରେ ଜଣେ ନାବାଳକକୁ  ନିର୍ଯାତନା ଦେବା ଘଟଣାରେ ଏସଆଇ ନିଲମ୍ବିତ।  ମୋବାଇଲ ଚୋରି ଅଭିଯୋଗରେ ଥାନାକୁ ଆଣି  ନିବାଳକକୁ ନିର୍ଯାତନା ଦେବା ଅଭିଯୋଗରେ ସବ ଇନ୍‌ସ୍ପେକ୍ଟର ମାନସ ରଞ୍ଜନ ନାୟକଙ୍କୁ ନିଲମ୍ବିତ କରିଛନ୍ତି

ଏମିତି ଆସିଲା ମୃତ୍ୟୁ: ଘର ଆଗରେ ଛିଡ଼ା ହୋଇଥିଲେ ଚଢ଼ିଗଲା କାର୍

ବାଲିଗୁଡ଼ା : ଏମିତି ଆସିଲା ମୃତ୍ୟୁ। ଘର ଆଗରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା କାର୍‌। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଛି। ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡା ଗାଁରେ ଦେଖିବାକୁ ମିଳିଛି। ମୃତକ ଜଣକ ହେଉଛନ୍ତି ମାଖନ