ବାଙ୍କୀରେ ଏକାଧିକ ବିଦେଶାଗତ ପକ୍ଷୀଙ୍କ ମୃତ୍ୟୁ, ବାର୍ଡ ଫ୍ଲୁ ଆଶଙ୍କା

ବାଙ୍କୀ: ଶୀତଦିନେ ଓଡ଼ିଶାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। ଚିଲିକା, ଅଂଶୁପା ସମେତ ବିଭିନ୍ନ ହ୍ରଦରେ ଏମାନଙ୍କ କଳରବ ପରିବେଶକୁ ବେଶ୍‌ ମୁଖରିତ କରେ। କିନ୍ତୁ ଏବେ ଏମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥିବା ଆଶଙ୍କା ଉପୁଜିଛି। ବାଙ୍କୀ ଅଞ୍ଚଳରେ ଏକାଧିକ ବିଦେଶାଗତ ପକ୍ଷୀଙ୍କ ମୃତଦେହ

ବିହାରରେ ବିଜେପି ମୁଖପାତ୍ରଙ୍କୁ ଗୁଳିମାଡ

ପାଟନା: ବିହାରର ମୁଙ୍ଗେର ଅଂଚଳରେ ଜଣେ ବିଜେପ ନେତାଙ୍କୁ ଗୁଳିମାଡ ହୋଇଛି । ବୁଧବାର ମୁଙ୍ଗେରସ୍ଥିତ ଇଭନିଂ କଲେଜ ନିକଟରେ ଦୁର୍ବୁତମାନେ ବିଜେପି ମୁଖପାତ୍ର ଡଃ. ଅଜଫର ଶମସୀଙ୍କୁ ଗୁଳିମାଡ କରିଛନ୍ତି । ଅଜରଙ୍କ ଜଘଂରେ ଗୁଳି ବାଜିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ସଦର ହସ୍ପିଟାଲରେ

ଆରମ୍ଭ ହେଲା ଆଦିବାସୀ ମେଳା

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଭୁବନେଶ୍ୱରର ୟୁନିଟ୍ ୧ସ୍ଥିତ ଆଦିବାସୀ ପଡ଼ିଆରେ ଆଦିବାସୀ ମେଳା-୨୦୨୧ ଆରମ୍ଭ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆଦିବାସୀ ମେଳା-୨୦୨୧’ ଭର୍ଚୁଆଲ୍‌ ମୋଡ୍‌ରେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ରାଜ୍ୟ ସରକାର ଓଡ଼ିଶାରେ ଜନଜାତିଙ୍କ କଲ୍ୟାଣ

ଦିଲ୍ଲୀ ହିଂସା: ୨୨ ମାମଲା ରୁଜୁ, ୮୬ ପୁଲିସ କର୍ମଚାରୀ ଆହତ

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ରାଜଧାନୀ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ଚାଷୀଙ୍କ ଦ୍ବାରା ଘଟିଥିବା ହିଂସା ଘଟଣାରେ ପୁଲିସ ବୁଧବାର ସୁଦ୍ଧା ୨୨ଟି ମାମଲା ରୁଜୁ କରିଛି। ସେଥିରୁ ୫ଟି ମାମଲା ପୂର୍ବ ଦିଲ୍ଲୀରେ ରୁଜୁ ହୋଇଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି

ଜଳିଗଲା କୋଇଲା ବୋଝେଇ ଟ୍ରକ୍

ରାୟଗଡ଼ା : ଜଳିଗଲା କୋଇଲା ବୋଝେଇ ଟ୍ରକ୍ । ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପ୍ରତାପପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଜଳିଯାଇଛି । ନିଆଁ ଲାଗିବା ଦେଖି ଡ୍ରାଇଭର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ରାୟଗଡ଼ା ଅଗ୍ନିଶମ ବାହିନୀ ଓ ଶେଷଖାଲ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି

କୃଷି ଆଇନ : ଆମେରିକାରେ ଥିବା ଭାରତୀୟ ଦୂତାବାସ ଆଗରେ ଖଲିସ୍ତାନୀ ସମର୍ଥକଙ୍କ ବିକ୍ଷୋଭ

ୱାଶିଂଟନ: କୃଷି ଆଇନକୁ ନେଇ ଖଲିସ୍ତାନୀ ସମର୍ଥକମାନେ ଆମେରିକାର ୱାଶିଂଟନ ଡିସିରେ ଥିବା ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ଖଲିସ୍ତାନୀ ସମର୍ଥକମାନେ ଏହି ବିକ୍ଷୋଭ କରିବା ସହିତ ଭାରତ ସରକାର ଆଇନ ପ୍ରତ୍ୟାହାର କରିନେବାକୁ ଦାବି

ଦେଶରେ ଚିହ୍ନଟ ପଜିଟିଭ ୧୨,୬୮୯ ; ମୃତ ୧୩୭

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୧୨,୬୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ୧,୦୬,୮୯,୫୨୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୩୭ ଆକ୍ରାନ୍ତଙ୍କ ମୃତ୍ୟୁ

ଲକ୍‌ଡାଉନରେ ୩୫% ବଢ଼ିଛି ଭାରତୀୟ ଧନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଲାଗୁ ହେବା ପରେ ଯେଉଁଠି ଗରିବମାନଙ୍କ ଜୀବିକା ବିପନ୍ନ ହୋଇପଡ଼ିଥିଲା, ସେହି ସମୟରେ ଭାରତର ଅରବପତିମାନଙ୍କ ସମ୍ପତ୍ତି ଦ୍ରୁତଗତିରେ ବୃଦ୍ଧି ପାଇଥିଲା। ଗରିବୀ ବିଲୋପ ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥା ଅକ୍ସଫାମ ପକ୍ଷରୁ

ବନ୍ଦ ହୋଇଯିବ ‘ଦ କପିଲ ଶର୍ମା ଶୋ’!

ମୁମ୍ବାଇ: ଆଉ ହସିବେନି ଦର୍ଶକ। ଆଉ ଶୁଣିବାକୁ ମିଳିବନି କମେଡି କିଙ୍ଗ କପିଲ ଶର୍ମାଙ୍କ କମେଡି, ସପ୍ନା ଓରଫ କ୍ରିଷ୍ଣା ଅଭିଷେକଙ୍କ ମସାଜ ଏବଂ ବଚ୍ଚା ୟାଦବ ତଥା କିକୁ ଶାରଦାଙ୍କ ଜୋକ୍। ବନ୍ଦ ହୋଇଯିବ ଛୋଟ ପରଦାରେ ପ୍ରସାରିତ ହେଉଥିବା ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’। ଏହି

ଶିଶୁ ଓ ମହିଳାଙ୍କ ବିରୋଧରେ ଅପରାଧ ରୋକିବା ପାଇଁ ସ୍ବତନ୍ତ୍ର ଶାଖା ୬୨ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ବର : ଶିଶୁ ଓ ମହିଳା ମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି । ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ତଥା ସେ ସଂକ୍ରାନ୍ତୀୟ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକାଯାଇପାରିବ ଏବଂ ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇପାରିବ,