ମହିଳାଙ୍କ ମୃତଦେହ ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲାର ସଦର ଥାନା ଅନ୍ତର୍ଗତ ନଗ୍ରମ ନିକଟରେ ବୁଧବାର ଏକ ମହିଳାଙ୍କ ମୃତଦେହ ଜବତ ହୋଇଥିବା ଜଣାପଡ଼ିଛି। ମୃତ ମହିଳା ଜଣଙ୍କ ହେଲେ ଶିବାନୀ ନାୟକ। ସେ ରାଇସୁଆଁ ଅଞ୍ଚଳର। ତାଙ୍କର ମୃତ୍ୟୁ କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି।…

ପିଏମ ଫସଲ ବୀମା ଯୋଜନାକୁ ପୁରିଲା ୫ ବର୍ଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପରିଶ୍ରମୀ କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଯୋଜନାର ପାଞ୍ଚ ବର୍ଷ ପୂରଣ ହୋଇଥିବାରୁ ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ…

ଫେସବୁକ-ଟ୍ବିଟର ପରେ ୟୁଟ୍ୟୁବ ସସ୍‌ପେଣ୍ଡ କଲା ଟ୍ରମ୍ପଙ୍କ ଆକାଉଣ୍ଟ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ବ୍ୟାନ୍‌ କରାଯାଉଛି। ଟ୍ବିଟର ଏବଂ ଫେସବୁକ ପରେ ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ୟୁଟ୍ୟୁବ୍‌ ଟ୍ରମ୍ପଙ୍କ ଆକାଉଣ୍ଟ ସସ୍‌ପେଣ୍ଡ କରିବା ସହିତ ନିଜ ପ୍ଲାଟଫର୍ମରୁ ତାଙ୍କ ଭିଡିଓ ହଟାଇଛି। ମାଇକ୍ରୋ…

ବିଷାକ୍ତ ମଦ ମୃତ୍ୟୁ; ମୃତକଙ୍କ ସଂଖ୍ୟା ୨୦କୁ ବୃଦ୍ଧି, ଜିଲାପାଳ ଓ ଏସପି ନିଲମ୍ବିତ

ଭୋପାଳ: ମଧ୍ୟପ୍ରଦେଶର ମୋରେନା ଜିଲାରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବୁଧବାର ୨୦କୁ ବୃଦ୍ଧି ପାଇଛି। ଅନ୍ୟ ୧୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଏହି ମାମଲାରେ ମଧ୍ୟପ୍ରଦେଶ ସରକାର ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ମୋରେନା ଜିଲାପାଳ ଏବଂ…

ପୂର୍ବତନ ସାଂସଦ କେଡି ସିଂହଙ୍କୁ ବାନ୍ଧିଲା ଇଡି

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବ୍ୟବସାୟୀ କେଡି ସିଂହଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରି ଇଡି ତଦନ୍ତ ଚଳାଇଥିଲା। Alchemist Groupର ଦୁର୍ନୀତି ମାମଲାରେ କେଡି ସିଂହ ସଂପୃକ୍ତ ଥିବା ଅଭିଯୋଗ ପରେ ଇଡି…

ସୁପ୍ରିମକୋର୍ଟରେ ପରୀ ହତ୍ୟା ମାମଲା

ନୂଆଦିଲ୍ଲୀ : ନୟାଗଡ ଯଦୁପୁରରେ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ଏବେ ସୁପ୍ରିମ କୋର୍ଟରେ ପହଂଚିଛି । ପରୀର ମାଆ ସୌଦାମିନୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ପରୀ ହତ୍ୟା ଘଟଣାର ତଦନ୍ତ ଦାବି ଏବଂ ଉଚିତ ନ୍ୟାୟ ଦାବିରେ ସେ ସୁପ୍ରିମକୋର୍ଟରେ ମାମଲା ଦାରଜ କରିଛନ୍ତି । ରାଜ୍ୟ…

ଛତ୍ରପୁରରେ ଦିନକରେ ୩ ଦୁର୍ଘଟଣା ; ପ୍ରଥମେ ଗ୍ୟାସ୍‌ ଟ୍ୟାଙ୍କର,ପୁଲିସ ଭ୍ୟାନ ପରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୧ ମୃତ

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ତାମ୍ପରା ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ଏକାଧିକ ଦୁର୍ଘଟଣା ଘଟିଛି। ପ୍ରଥମେ ଏକ ଗ୍ୟାସ୍‌ ଟ୍ୟାଙ୍କର ଓଲଟିପଡ଼ିଥିବା ବେଳେ ଖବର ପାଇ ଅଗ୍ନିଶମ କର୍ମଚାରୀ ପରିସ୍ଥିତକୁ ନିୟନ୍ତ୍ରଣ କରୁଥିବା ସହ ଘଟଣାସ୍ଥଳକୁ ଯାଉଥିବା ଏକ ପୁଲିସ ଭ୍ୟାନ…

ପାକିସ୍ତାନର ଆଉ ଏକ ଷଡ଼ଯନ୍ତ୍ର, ଅନ୍ତର୍ଜାତୀୟ ସୀମା ନିକଟରୁ ଠାବ ହେଲା ସୁଡ଼ଙ୍ଗ ଦେଶ

ଜାମ୍ମୁ: ପାକିସ୍ତାନର ଆଉ ଏକ ଷଡ଼ଯନ୍ତ୍ର ଧରାପଡ଼ିଛି। ଅନ୍ତର୍ଜାତୀୟ ସୀମା ଦେଇ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ଖୋଳିଛି ସୁଡ଼ଙ୍ଗ। ବିଏସଏଫ ଯବାନମାନେ କଠୁଆର ହୀରାନଗର ସେକ୍ଟରରେ ଅନ୍ତର୍ଜାତୀୟ ସୀମା ନିକଟରୁ ଏହି ସୁଡ଼ଙ୍ଗକୁ ଠାବ କରିଛନ୍ତି। ଅଧିକାରୀଙ୍କ ସୂଚନା…

ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଆଖି ନଷ୍ଟ କରିଦେଲେ ଅଭିଯୁକ୍ତ

ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଘଟଣା ପରେ ଅଭିଯୁକ୍ତମାନେ ନିଜର ପରିଚୟ ଲୁଚାଇବା ଲାଗି ନାବାଳିକାଙ୍କ ଦୁଇଟି ଆଖି ନଷ୍ଟ କରିଦେଇଛନ୍ତି। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବିହାରର ମଧୁବନୀ ଜିଲାର ହରଲାଖି ଥାନା ଅଞ୍ଚଳରେ। ଦୁଷ୍କର୍ମ ପରେ ଅଭିଯୁକ୍ତମାନେ…

ନିଶାଖୋର ପୁଅକୁ ଖୁଂଟିରେ ବାନ୍ଧି ଜାଳିଦେଲା ମା’

ଅନୁଗୁଳ: ଯେଉଁ ମା’ ୯ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ସେହି ମା’ ଶେଷରେ ନିଜ ପୁଅର ଜୀବନ ନେଲା । ଯାହାକୁ ଦୁନିଆକୁ ଆଣିଥିଲା, ପାଳିପୋଷି ବଡ଼ କରିଥିଲା , ଶେଷରେ ତାକୁ ଖୁଂଟିରେ ବାନ୍ଧି ଜାଳିଦେଲା । ନିଶାଖୋର ୁଅ ନିର୍ଯ୍ୟାତନାରେ ଅତିଷ୍ଠ ମା’ ଏପରି ଚରମ ପଦକ୍ଷେପ ନେଇଥିବା…