ବିଦ୍ୟାର୍ଥୀଙ୍କ ନବସୃଜନ ଦ୍ବାରା ଦେଶକୁ ମିଳିବ ନୂଆ ପରିଚୟ : ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଇଆଇଟି ଦିଲ୍ଲୀର ୫୧ ତମ ସମାବର୍ତ୍ତନ ସମାରୋହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରମାନଙ୍କୁ ସମ୍ବୋଧିତ କରିଥିଲେ। ଛାତ୍ରଛାତ୍ରୀମାନେ ଆଗେଇ ଆସି ନବସୃଜନ ମାଧ୍ୟମ  ଦେଶ ପାଇଁ ନୂଆ ପରିଚୟ ସୃଷ୍ଟି…

କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ; ୩ ଗିରଫ

ବାଲେଶ୍ୱର : ବାଲେଶ୍ୱର ସହଦେବ ଖୁଣ୍ଟାରୁ ପ୍ରାୟ ୧ କେଜି ୧୦୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଶନିବାର ଜଣାପଡ଼ିଛି। ଜବତ ବ୍ରାଉନସୁଗାରର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ। ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଏସଟିଏଫ ଓ ବାଲେଶ୍ୱର ପୁଲିସର ମିଳିତ ଚଢାଉ ବେଳେ…

ଦନ୍ତାହାତୀର ମୃତଦେହ ଠାବ

କଟକ : କଟକ ଜିଲା ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଜଳରେ ପୁଣି ଆଉ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଥିବା ଶନିବାର ଜଣାପଡ଼ିଛି। ରାଜବଲ୍ଲଭପୁର ରିଜର୍ଭ ବନ ଘୁମାଘାସୁଆ ପାହାଡ ନିକଟରେ ହାତୀଟିର ମୃତଦେହ ପଡ଼ିରହିଛି। ୨ ଦିନ ହେବ ମୃତଦେହ ପଡ଼ି ରହିଥିଲେ ମଧ୍ୟ ବନ ବିଭାଗ ନିକଟରେ ଏନେଇ କୌଣସି…

୭ ରାଜ୍ୟରେ ବାଣଫୁଟା ନିଷିଦ୍ଧ

ନୂଆଦିଲ୍ଲୀ  : ଓଡ଼ିଶା ଓ ରାଜସ୍ଥାନ ପରେ ଦିଲ୍ଲୀ ସମେତ ଗୋଟିଏ ପରେ ଗୋଟିଏ ରାଜ୍ୟ ଦୀପାବଳିରେ ଆତସବାଜି ବିକ୍ରି ଓ ଫୁଟାଇବାକୁ ନିଷିଦ୍ଧ କରିଚାଲିଛନ୍ତି। କରୋନା ସଂକ୍ରମଣ ଓ ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଗୁରୁବାର ଦିଲ୍ଲୀ ସରକାର ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ ନିଷେଧାଦେଶ…

ରାଜ୍ୟରେ ୧୫ ଡିଗ୍ରୀ ତଳକୁ ଖସିଲା ୪ ସହରର ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଥିବା ବେଳେ ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଏ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୪ଟି ସହର ହେଉଛି- ସୋନପୁର, ଅନୁଗୋଳ, ଦାରିଙ୍ଗବାଡ଼ି ଓ ଝାରସୁଗୁଡ଼ା। ସୋନପୁରରେ ସର୍ବାଧିକ ତପମାତ୍ରା ହ୍ରାସ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପଙ୍କ ଗଣତି ବନ୍ଦ ଆବେଦନ ଖାରଜ

ୱାଶିଂଟନ(ଡିସି): ଆମେରିକାରେ ଏ ପର୍ଯ୍ୟନ୍ତ ହାର-ଜିତ୍‌ର ଫଇସଲା ହୋଇ ପାରି ନାହିଁ। ଭାରତୀୟ ସମୟ ଶୁକ୍ରବାର ସଂଧ୍ୟା ୫ଟା୪୫ ଅନୁଯାୟୀ ୱାଶିଂଟନ ଡିସିର ୩ ଇଲେକ୍ଟର୍ସଙ୍କୁ ମିଶାଇଲେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନଙ୍କୁ ବହୁମତ ୨୭୦ରୁ ଅଧିକ ୧୯ଟି ଅର୍ଥାତ୍‌ ୨୮୯ଟି ଆସନ ମିଳିପାରେ।…

ଚୀନ ସହ ଯୁଦ୍ଧ ଏଡ଼ାଯାଇ ନପାରେ : ରାୱତ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଲଦାଖ ବିବାଦର ଅବସାନ ପାଇଁ ଅଷ୍ଟମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ଅବ୍ୟାହତ ଥିବାବେଳେ ଭାରତର ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ୍) ଜେନେରାଲ ବିପିନ ରାୱତ ଶୁକ୍ରବାର କହିଛନ୍ତି ଯେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଅବସ୍ଥା ଏବେ…

ବିହାର ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଜାରି

ପାଟନା : ବିହାର ବିଧାନସଭାର ଅନ୍ତିମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୫ଟି ଜିଲାର ୭୮ଟି ବିଧାନସଭା ଆସନ ପାଇଁ ଶନିବାର ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ ବିଜେପି ୩୫ ଓ ତା’ର ସହଯୋଗୀ ସଂଯୁକ୍ତ ଜନତାଦଳ ୩୭ଟି ଆସନରେ ପ୍ରତିଦ୍ବନ୍ଦିତା କରୁଛି। ଅନ୍ୟପକ୍ଷରେ ମହାମେଣ୍ଟରୁ…

ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଶନିବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୪୧୦କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୭ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ…

ରାଜ୍ୟରେ ୧୩୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ  ୧୩୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୭୯୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି  ୫୭୬ ହେଉଛି ଲୋକାଲ୍ କେସ୍‌।