ମହୁଲି ମଦ ଜବତ, ୫ ଗିରଫ

ପାଟଣା: କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନାଧିକାରୀ ଦିଲ୍ଲୀପ କୁମାର ତାଣ୍ଡିଙ୍କ ନେତୃତ୍ୱରେ ବୁଧବାର ବିଭିନ୍ନ ଗ୍ରାମରେ ଚଢ଼ାଉ ସମୟରେ ମୋଟ ୪୩ଲିଟର ମହୁଲି ଜବତ କରାଯିବା ସହ ୫ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୫ ଅଭିଯୁକ୍ତ ହେଲେ ମହିଁଷାମୁଣ୍ଡି ଗ୍ରାମର ବିପିନ୍…

ବିବାହ ପାଇଁ ଧର୍ମାନ୍ତରୀକରଣ ଆଇନ ଆଣିବ କର୍ଣ୍ଣାଟକ

ବେଙ୍ଗାଲୁରୁ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ‘ଲଭ୍‌ ଜିହାଦ’ ରୋକିବାକୁ ସ୍ବତନ୍ତ୍ର ଆଇନ ଆଣିବେ ବୋଲି ଘୋଷଣା କରିଥିବାବେଳେ କର୍ଣ୍ଣାଟକ ସରକାର ଶୀଘ୍ର ବିବାହ ପାଇଁ ଧର୍ମାନ୍ତରୀକରଣ ବିରୋଧରେ ଆଣିବାକୁ ଯାଉଥିବା ସୂଚନା ମିଳିଛି। କର୍ଣ୍ଣାଟକ ସଂସ୍କୃତି ମନ୍ତ୍ରୀ…

ବାଲେଶ୍ୱର ଓ ତିର୍ତ୍ତୋଲରେ କମିଛି ଭୋଟ ଦାନ ହାର

ଭୁବନେଶ୍ୱର : ପୂର୍ବ ସାଧାରଣ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ଭୋଟଦାନ ହାର ସାମାନ୍ୟ କମିଛି। ବାଲେଶ୍ୱର ଓ ତିର୍ତ୍ତୋଲ ଭୋଟ ନେଇ ଏପରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ବାଲେଶ୍ୱରରେ ୭୦.୬୯% ଏବଂ ତିର୍ତ୍ତୋଲରେ ୬୯.୬୬% ମତଦାନ ହୋଇଛି।  ପୂର୍ବ ସାଧାରଣ ନିର୍ବାଚନ ଅପେକ୍ଷା…

ଋଣ କରି କମ୍ପାନୀ ପୋଷୁଛନ୍ତି ସରକାର

ଭୁବନେଶ୍ୱର : ବିଦ୍ୟୁତ କମ୍ପାନୀଗୁଡିକ ଲାଗି ରାଜ୍ୟ ସରକାର ବିଶ୍ୱବ୍ୟାଙ୍କରୁ ଋଣ ଉଠାଉଛନ୍ତି। ସେପଟେ ଓଇଆରସିର ବାରମ୍ବାର ତାଗିଦ ସତ୍ତ୍ୱେ ବିତରଣ କମ୍ପାନୀଗୁଡିକ ପରିବହନ ଜନିତ କ୍ଷତି କମ କରୁନାହାନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ସହାୟତା ସତ୍ୱେ ବିଦ୍ୟୁତ ବିତରଣ କମ୍ପାନୀ ଗୁଡିକ…

ଡିସେମ୍ବର ପହିଲାରୁ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ

କୋଣାର୍କ : କରୋନା କଟକଣା ସତ୍ତ୍ୱେ ଚଳିତ ବର୍ଷ ରାମଚଣ୍ଡୀର କୁଶଭଦ୍ରା ମୁହାଣ ନିକଟରେ ଆରମ୍ଭ ହେବ ଦ୍ୱିତୀୟ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ । ଡିସେମ୍ବର ପହିଲାରୁ ୩ ମାସ ବ୍ୟାପୀ ହେବାକୁ ହେବାକୁ ଥିବା ଏହି ଫେଷ୍ଟିଭାଲ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ପର୍ଯ୍ୟଟନ…

ମେଡିକାଲ କଲେଜ ଅଧୀକ୍ଷକଙ୍କୁ ମାଡ ମାମଲା, ୪ ଗିରଫ

ବାରିପଦା : ଜଣେ ନାବାଳିକା ମୃତ୍ୟୁକୁ ନେଇ ଗତ ୨ ଦିନ ପୂର୍ବେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତା ନାବାଳିକାଙ୍କ ସମ୍ପର୍କୀୟ କଲେଜ ଅଧୀକ୍ଷକଙ୍କୁ ଠେଲାପେଲା ଓ ଦୁର୍ବ୍ୟବହାର କରିଥିବା ମାମଲାରେ  ଏପରି …

‘ଯାତ୍ରୀଙ୍କଠାରୁ ଅଧିକ ବସ୍‌ ଭଡ଼ା ଆଦାୟ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର : ଗତ ଜୁଲାଇ ପହିଲାରେ ଯେଉଁ ବସ୍‌ ଭଡା ରାଜ୍ୟ ସରକାର ସ୍ଥିର କରିଥିଲେ ତାହା ଅପରିବର୍ତ୍ତିତ ରହିଛି । କିନ୍ତୁ ଏହାକୁ ଅବମାନନା କରି ରାଜ୍ୟରେ କିଛି ବସ୍ ମାଲିକ ଅଧିକ ଭଡା ଆଦାୟ କରୁଥିବା ନଜରକୁ ଆସିଛି।  ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ।…

ସାବଧାନ, କେବିସି ନାଁରେ ମାତିଛନ୍ତି ଅନଲାଇନ ଲୁଟେରା

ନୂଆଦିଲ୍ଲୀ: କୋନ ବନେଗା କରୋଡପତି (କେବିସି)ର ଦ୍ୱାଦଶ ସିଜିନ ଚାଲିଛି। କେବିସି ନାଁରେ ଲୋକଙ୍କୁ ପ୍ରଲୋଭିତ କରାଇ ଅନଲାଇନ୍ ଠକେଇ ମଧ୍ୟ ଚାଲିଛି। ଦିଲ୍ଲୀ ଏନସିଆର ସମେତ ଦେଶର ସମସ୍ତ ଭାଗରେ ଲୋକମାନେ ୨୫ ଲକ୍ଷ ଟଙ୍କାର ଲଟେରୀ ଲାଗିଥିବା ନେଇ ଏକ ବିଦେଶୀ ନମ୍ବରରୁ ମେସେଜ ଆସୁଛି। ଏନସିଆରରେ…

ଅମରିନ୍ଦରଙ୍କୁ ଭେଟିବାକୁ ମନା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପ୍ରଣୀତ କୃଷି ଆଇନ ବିରୋଧରେ ଆପତ୍ତି ଜଣାଇବା ପାଇଁ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଚାହୁଁଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ମଙ୍ଗଳବାର ରାଷ୍ଟ୍ରପତି ଭବନରୁ ଅନୁମତି ମିଳି ନାହିଁ। ଅମରିନ୍ଦର ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ…

ପୋଲ ତଳକୁ ଖସିଲା ବାଇକ୍‌ : ଜଣଙ୍କ ମୃତ୍ୟୁ

ଅନୁଗୋଳ : ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ରାଇବାହାଳ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ଆଜି ସକାଳୁ ଏକ ବାଇକ୍‌ରେ…