ରାଜ୍ୟରେ ଆଉ ୧୯୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୁ ବୁଧବାର ଆଉ ୧୯୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୬୦୯୪ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୦୯ ଜଣ ସଙ୍ଗରୋଧରୁ ରହିଥିବା ବେଳେ ୮୦୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି

କଂଗ୍ରେସ ସଭାପତି ଭାବେ ମନୋନୀତ ହେଲେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା

ବ୍ରହ୍ନପୁର: ଅଲ ଇଣ୍ଡିଆ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଗଞାମ ଜିଲ୍ଲା ସଭାପତି ସାନଖେମୁଣ୍ଡି ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ମନୋନୀତ ହୋଇଛନ୍ତି । ନିଜର କାର୍ଯ୍ୟ ଶୈଳି , ସଂଗଠନକୁ ସୁଦୃଢ କରିବା କ୍ଷେତ୍ରରେ ଶ୍ରୀଯୁକ୍ତ ରମେଶ ଜେନାଙ୍କ ଅବଦାନ ମହତ୍ୱପୁର୍ଣ ରହିଛି ।

ସରକାରଙ୍କ ୧୪ ହଜାର ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଏଆଇଡିଏସଓର ବିରୋଧ

ଭୁବନେଶ୍ୱର: ଓଡିଶା ସରକାରଙ୍କ ୧୪ହଜାର ୩ଶହ ୭୯ଟି ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତିକୁ ଏ.ଆଇ.ଡି.ଏସ୍.ଓ ବିରୋଧ କରୁଛି ବୋଲି ଏ.ଆଇ.ଡି.ଏସ୍.ଓର ରାଜ୍ୟ ସଭାପତି ଗଣେଷ ତ୍ରିପାଠୀ, ସଂପାଦକ ସୁବାସ ନାୟକ ଏକ ପ୍ରେସ ବିବତ୍ତି ମାଧ୍ୟମରେ ଜଣାଇଛନ୍ତି । ଏହା

କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବୋନସ୍

ନୂଆଦିଲ୍ଲୀ, ୨୧.୧୦ (ଏଜେନ୍ସି): କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ବୋନସ୍ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବୋନସ୍ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୋନସ୍ ପ୍ରଦାନ ପ୍ରସ୍ତାବକୁ

ବଢିଲା ବିଧାନସଭା ନିର୍ବାଚନୀ ଖର୍ଚ୍ଚ

ଭୁବନେଶ୍ୱର: ରାଜ୍ୟରେ ବିଧାନସଭା ଆସନରେ ନିର୍ବାଚନ କମିଶନ ନିର୍ବାଚନି ଖର୍ଚ୍ଚ ବୃଦ୍ଧି କରିଛନ୍ତି । ସଂମ୍ପ୍ରତି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନିର୍ବାଚନି ଖର୍ଚ୍ଚ ୨୮ ଲକ୍ଷ ଟଙ୍କା ଥିବା ବେଳେ ଏବେ ଏହା ୩୦ଲକ୍ଷ ୮୦ହଜାର ଟଙ୍କାକୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ

ରାଜ୍ୟପାଳଙ୍କୁ ନେଇ ବିବାଦ

ଆମ ଦେଶରେ ରାଜ୍ୟପାଳଙ୍କୁ ନେଇ ବିବାଦ କିଛି ନୂଆ ନୁହେଁ । ରାଜ୍ୟପାଳଙ୍କ ଭୂମିକା ଓ ଆଚରଣ ବିଭିନ୍ନ ସମୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଆଚରଣ ଓ ଉଚ୍ଚାରଣ କେବଳ ବିବାଦ ସୃଷ୍ଟି କରି ନାହିଁ । ରାଜ୍ୟପାଳ ମର୍ଯ୍ୟାଦାକୁ ନ୍ୟୁନ

ବିଜୟୱାଡା: କନକ ଦୁର୍ଗା ମନ୍ଦିରରେ ଭୟଙ୍କର ଭୂସ୍ଖଳନ

ବିଜୟୱାଡା: ଆନ୍ଧ୍ର ପ୍ରଦେଶର ବିଜୟୱାଡା ଠାରେ ଥିବା ପ୍ରସିଦ୍ଧ କନକ ଦୁର୍ଗା ମନ୍ଦିରରେ ଆଜି ଭୟଙ୍କର ଭୂସ୍ଖଳନ ହୋଇଛି। ଭୂସ୍ଖଳନ ବେଳେ ମନ୍ଦିର ପରିସରରେ ଏକାଧିକ ଶ୍ରଦ୍ଧାଳୁ ରହିଥିଲେ। ତେଣୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ତେବେ ଭୂସ୍ଖଳନର କାରଣ ଜଣାପଡ଼ିନାହିଁ।

ଚେନ୍ନାଇକୁ ବଡ଼ ଝଟକା: ଆଇପିଏଲରୁ ବ୍ରାଭୋ ଆଉଟ

ଦୁବାଇ: ଚଳିତ ଆଇପିଏଲରେ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଚେନ୍ନାଇ ସୁପର କିଙ୍ଗସକୁ ଏବେ ଆଉ ଏକ ବଡ଼ ଝଟକା ଲାଗିଛି। ଦଳର ସବୁଠାରୁ ଅଭିଜ୍ଞ ଖେଳାଳି ତଥା ଇଣ୍ଡିଜ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଆହତ କାରଣରୁ ଅବଶିଷ୍ଟ ଆଇପିଏଲ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଚେନ୍ନାଇ ଓ ଦିଲ୍ଲୀ

ବାଲେଶ୍ୱର : ୯୦ ବର୍ଷରେ ଯୋଦ୍ଧା ସାଜିଛନ୍ତି ବେଣୁଧର

ବାଲେଶ୍ୱର : ବାଲେଶ୍ୱର ଉପନିର୍ବାଚନ ପାଇଁ ସବୁଦଳ ଚଳାଇଛନ୍ତି ଜୋରଦାର ପ୍ରଚାର । ବିଜେପି ସଭାପତି ସମୀର ମହାନ୍ତି ନେତୃତ୍ୱରେ ଆଜି ବାଲେଶ୍ୱର ସହରରେ ଏକ ରୋଡ ସୋ କରାଯାଇଛି। ଚଣ୍ଡିଛକ ଠାରୁ ଫକୀର ମୋହନ ଛକ ଦେଇ ଏହି ରୋଡ ସୋ ରେଲେଓ୍ୱ ଷ୍ଟେସନ ଯାଏଁ ଯାଇଥିଲା। ଭୋଟରଙ୍କୁ ଆକୃଷ୍ଟ କରିବା ସହ

ପଥର ଖାଦାନରେ ବାରୁଦ ବିସ୍ଫୋରଣ ଘଟଣା; ଗୁଣପୁର ତହସିଲଦାର ନିଳମ୍ବିତ

ଗୁଣପୁର : ଗତ ଶୁକ୍ରବାର ଦିନ ପଥର ଖାଦାନରେ ବାରୁଦ ବିସ୍ଫୋରଣ ଘଟି କାମ କରୁଥିବାବେଳେ ୩ ଜଣ ଶ୍ରମିକଙ୍କ ମୃତ୍ୟୁବରଣ କରିବା ଘଟଣାକୁ ରାଜ୍ୟ ସରକାର ଗୁରୁତର ଭାବେ ନେଇ ଆଜି ଗୁଣପୁର ତହସିଲଦାରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେହିଭଳି ପୂର୍ବରୁ ଜିଲାପ୍ରଶାସନ ପକ୍ଷରୁ ମଧ୍ୟ ଏହି