ଜୁଲାଇ ୩୧ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର- କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ ରହିବ । ଏତଦ୍ ବ୍ୟତିତ ଜ୍ୟୋତିବିହାର ଓ ବୁର୍ଲା ବିଶ୍ୱବିଦ୍ୟାଳୟ ମଧ୍ୟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।

ଫନୀ ସହାୟତା ଦାବି, ତହସିଲ କାର୍ଯ୍ୟାଳୟରେ ଗଣଧାରଣା

ସାକ୍ଷୀଗୋପାଳ: ସତ୍ୟବାଦୀ ତହସିଲ ଅଞ୍ଚଳର ଫନୀ ସହାୟତାରୁ ବଞ୍ଚିତ ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀମାନେ ସହାୟତା ଦାବି କରି ଷଷ୍ଠ ଥର ନିମନ୍ତେ ଆଜି ସତ୍ୟବାଦୀ ତହସିଲ କାର୍ୟ୍ୟାଳୟ ପରିସରରେ ଗଣଧାରଣା ଦେଇଥିଲେ।  ଏ ସଂକ୍ରାନ୍ତରେ ତହସିଲଦାର ମନୋଜ କୁମାର ନାୟକ ଆନ୍ଦୋଳନକାରୀ ମାନଙ୍କ ସହିତ

୩ ଦିନ ପ୍ରବଳ ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ରାଜ୍ୟରେ ମଙ୍ଗଳବାରଠାରୁ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସତର୍କ ସୂଚନା ଦିଆଯାଇଛି। ଏହା ସହିତ ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଭିନ୍ନ ମୋଡ଼ ନେଲା ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ଘଟଣା

କୋଲାକାତା: ପଶ୍ଚିମବଙ୍ଗର ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଖବର ମିଳିଥିଲା। ଅଭିଯୁକ୍ତମାନେ ଦୁଷ୍କର୍ମ କରିବା ପରେ ପୀଡ଼ିତାକୁ ବିଷ ଦେଇ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିଲା। ଘଟଣାଟି ଦିନାଜପୁର ଜିଲ୍ଲାର ସୋନାରପୁର ଅଞ୍ଚଳରେ ଘଟିଥିବା ବେଳେ ଏବେ ଘଟଣାରେ

ସମ ହସ୍ପିଟାଲରେ କୋଭ୍ୟାକସିନ ଟିକାର ଶୁଭ ଉଦଘାଟନ

ଭୁବନେଶ୍ୱର- ସମ ହସ୍ପିଟାଲରେ କୋଭିଡ-୧୯ କୋଭ୍ୟାକିସନ ଟିକାର ଶୁଭ ଉଦଘାଟନ କରିଛନ୍ତି ପିଟିସିଟିୟୁର ଅଧ୍ୟକ ଡ. ଇ ଭେକେଂଟ ରାଓ ।କମ୍ୟୁନିଟି ମେଡିସିନ ବିଭାଗ ଅଧିନରେ ଏହି ଟିକାର ପରୀକ୍ଷଣ କରାଯିବ । ପ୍ରଥମ ଥର ପାଇଁ ଓଡିଶାର ସମ ହସ୍ପିଟାରେ ଏହି ଟିକାର ମାନବ ପରୀକ୍ଷଣ କରାଯିବ ବୋଲି

ଗିରିରାଜଙ୍କ ବିସ୍ଫୋରକ ମନ୍ତବ୍ୟ; ୩୫ କୋଟି ଯାଚିଥିଲେ ପାଇଲଟ୍‌

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। କଂଗ୍ରେସ ସରକାରରେ ବିଦ୍ରୋହ ସୃଷ୍ଟି କରିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ଏବଂ ତାଙ୍କର ୧୮ ସହଯୋଗୀ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷିତ କରିବାକୁ ନୋଟିସ ଜାରି କରିଥିଲେ।

କଟକରୁ ପୁଣି ୧୬ କରୋନା ପଜିଟିଭ ଚିହ୍ନଟ

କଟକ- କଟକରୁ ଚିହ୍ନଟ ହେଲେ ନୂଆ ୧୬ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ ୬ ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୮ ଜଣ ହୋମ କ୍ୱାରେଂଟାଇନ ଓ ୨ ଲୋକାଲ କେସ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ କଟକରେ ସଂକ୍ରମିତଙ୍କ ସଂଖ୍ୟା ୩୬୬ରେ ପଂହଚିଥିବା ବେଳେ ୨୧୭ ଜଣ ସୁସ୍ଥ

କରୋନାରୁ ସୁସ୍ଥ ହେଲେ ୯୫ ପୋଲିସ କର୍ମଚାରୀ

ଭୁବନେଶ୍ୱର- କରୋନାରୁ ସୁସ୍ଥ ହେଲେ ୯୫ ପୋଲିସ କର୍ମଚାରୀ । ଏହି ଯୋଦ୍ଧା କରୋନାକୁ ହରାଇ ଆରୋଗ୍ୟଲାଭ କରିବା ପରେ ପୁଣିଥିରେ ସର୍ବସାଧାରଣଙ୍କ ସେବାରେ ଯୋଗ ଦେବେ ବୋଲି ପୋଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି । କାମରେ ଯୋଗ ଦେବା ପାଇଁ ଇଛା ପ୍ରକାଶ କରୁଥିବାରୁ ପୋଲିସ ଡିଜି ଟୁଇଟ